ରାଜ୍ୟ ସରକାର ନେବେ ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ

ନୂଆଦିଲ୍ଲୀ () ପ୍ରବାସୀ ଶ୍ରମିକମାନଙ୍କ ଉପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇଦେବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି ଅର୍ଥାତ ଗୃହରାଜ୍ୟରେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସଂପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପଂଜୀକରଣ କରି ସେମାନଙ୍କ ଦକ୍ଷତା ଅନୁସାରେ କର୍ମସଂସ୍ଥାନ ପ୍ରଦାନ କରିବେ । ଆହୁରି ମଧ୍ୟ ଯଦି ସେମାନେ କର୍ମସଂସ୍ଥାନ ପାଇଁ ଅନ୍ୟ କୌଣସି ରାଜ୍ୟକୁ ଯିବାକୁ ଚାହିଁବେ ତାହାର ବ୍ୟବସ୍ଥା କରିବେ । ସବୁ ରାଜ୍ୟ ସରକାର ନିଜ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ ନେବେ ।

Share

Leave a Reply

Your email address will not be published. Required fields are marked *

3 × 5 =