ରାଜ୍ୟ ସରକାରମାନେ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

ନୂଆଦିଲ୍ଲୀ()  କରୋନା ସତର୍କତା ନେଇ ସମଗ୍ର ଦେଶ ଲକ ଡାଉନ ରହିଛି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ଫେରେଇ ଆଣିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଜି ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମିକଙ୍କଠାରୁ ବସ୍, ରେଳଯାତ୍ରା ଖର୍ଚ୍ଚ ନିଆଯିବ ନାହିଁ । ରାଜ୍ୟ ସରକାରମାନେ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ବୋଲି ସୁପ୍ରମିକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ । ଯେଉଁ ରାଜ୍ୟ ଦେଇ ଯିବେ ସେଇ ସରକାର ଶ୍ରମିକଙ୍କ କଥା ବୁଝିବେ । ସେହି ରାଜ୍ୟ ସରକାର ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ । ରେଳ ଓ ବସ୍ ଯାତ୍ରୀଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

eighteen + three =