୩୦୦ ଫୁଟ ତଳୁ ଉଦ୍ଧାର କଲା ଭାରତୀୟ ବାୟୁସେନାର ହେଲିକପ୍ଟର

କର୍ଣ୍ଣାଟକ ନନ୍ଦୀ ପାହାଡରେ ୩୦୦ଫୁଟ ତଳକୁ ଖସିପଡିଥିବା ୧୯ବର୍ଷ ବୟସ୍କ ଟ୍ରେକରଙ୍କୁ ଉଦ୍ଧାର କରାଯାଇଛି । ରବିବାର ସଂନ୍ଧ୍ୟାରେ ଭାରତୀୟ ବାୟୁସେନା ଓ ଚିକ୍କାଲାଲାପୁର ପୋଲିସର ମିଳିତ ଭାବରେ ଉଦ୍ଧାର କାର୍ୟ୍ୟରେ ଲାଗିପଡିଥିଲେ । ଛାତ୍ର ନିଶଙ୍କଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ଏକ ଏମଆଇ ୧୭ ହେଲିକପ୍ଟର ବ୍ୟବହାର କରିଥିଲା । ଜଣାପଡିଛି କି ପଥର ଖୋଲ ମଧ୍ୟରେ ଫସିରହିଥିବା ଯୁବକଙ୍କ ସହ ଏସଓଏସ ବାର୍ତ୍ତା ଯୋଗେ ଯୋଗାଯୋଗ କରାଯାଇଥିଲା ।
ଏହି ସମ୍ବେଦନଶୀଳ ଘଟଣା ଦେଖି ଏକ ଏମଆଇ ୧୭ ହେଲିକପ୍ଟର ତୁରନ୍ତ ପହଞ୍ଚିବା ପରେ ତୀବ୍ର ଅନୁସନ୍ଧାନ ଓ ସ୍ଥାନୀୟ ପୋଲିସର ସହାୟତାରେ ଫସି ରହିଥିବା ପିଡୀତଙ୍କୁ ଖୋଜିବାରେ ସଫଳତା ମିଳିଥିଲା । ସଂଗେ ସଂଗେ ହେଲିକପ୍ଟର ଯୋଗେ ତାକୁ ଉଦ୍ଧାର କରିଥିଲା ଏହି ଚେଷ୍ଟା ।
ବିମାନରେ ଥିବା ବାୟୁସେନାର ଡାକ୍ତରୀ ସହାୟକଙ୍କ ସହାୟତାରେ ପ୍ରଥମେ ବାୟୁସେନା ଷ୍ଟେସନ ୟେଲାହଙ୍କାକୁ ନିଆଯାଇଥିଲା । ଯୁବକର ପ୍ରାଥମିକ ଭାବରେ ଚିକିତ୍ସା କରିବା ପରେ ତାକୁ ନିକଟସ୍ଥ ସିଭିଲ ହସ୍ପିଟାଲକୁ ନିଆୟାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × four =