ଟେବୁଲ ଟେନିସକୁ ପ୍ରୋତ୍ସାହିତ କରିବେ ସରକାର

କଟକ () ରାଜ୍ୟ ସରକାର ଟେବୁଲ ଟେନିସ କ୍ରିଡାର ବିକାଶ ପାଇଁ ପ୍ରୋତ୍ସାହନ ଯୋଗାଇଦେବେ । ଏଥିପାଇଁ ୨୦୦ଟି ଯାଗାକୁ ଏହି କ୍ରିଡା ପାଇଁ ଆବଶ୍ୟକ ଟେବୁଲ ଓ ଅନ୍ୟାନ ସାମଗ୍ରୀ ଯୋଗାଇଦିଆଯିବ । ସ୍ୱୀକୃତି ପ୍ରାପ୍ତ କୋଚଙ୍କ ଜରିଆରେ ବିଭିନ୍ନ ଜିଲ୍ଲାରୁ କ୍ରିଡାବିତଙ୍କ ସନ୍ଧାନ କରାଯିବ । ଆଜି କଟକ ଠାରେ ଆୟୋଜିତ ହେଉଥିବା ୨୧ତମ କମନେଓଲଥ ଟେବୁଲ ଟେନିସ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଖୁବଶୀଘ୍ର ଆନ୍ତର୍ଜାତିକ ସ୍ତରର କ୍ରିଡା ଆୟୋଜନ ପାଇଁ ଏହ ହବ ହେବାକୁ ଯାଉଛି । ଏହି ଚମ୍ପିଆନସିପ ସହ ଅନେକ ଆନ୍ତର୍ଜାତିକ ସ୍ତରର କ୍ରିଡାର ଆୟୋଜନ ହୋଇସାରିଲାଣି । ଏବଂ ଏସବୁ କ୍ରିଡାର ଆୟୋଜନରେ ଓଡିଶା ନିଜର ପାରଦର୍ଶିତା ଦେଖାଇଛି । ଆଗକୁ ମଧ୍ୟ ଏହି ସ୍ତରର କ୍ରିଡାର ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ସେ ଏହି ଚମ୍ପିଆନସିପରେ ଭାଗ ନେଇଥିବା ଯୁବ କ୍ରିଡାବିତଙ୍କ ପ୍ରଦର୍ଶନରେ ଖୁସି ପ୍ରକଟ କରିବା ସହ ସବୁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଐତିହାତିକ କଟକ ସହରରେ ଏହି କ୍ରିଡାର ସଫଳ ଆୟୋଜନ ପାଇଁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଫନିରେ ବ୍ୟାପକ କ୍ଷୟକ୍ଷତି ପରେ ପୁଣି ଥରେ କଟକ ସହରର ପୁର୍ନଗଠନରେ ସହରବାସୀଙ୍କ ଯୋଗଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × three =