ବିଜେପି ନେତାଙ୍କୁ ଲାଗିଛି ପାଟକୁରା ଭୂତ

ଭୁବନେଶ୍ୱର () ରାଜ୍ୟ ବିଜେପି ନେତାଙ୍କୁ ପାଟକୁରା ଭୂତ ଘରିଛି । ସେଥିପାଇଁ ବିପର୍ଯ୍ୟୟ ସମୟରେ ବି ସେମାନେ ନିର୍ବାଚନ ଲଢ଼ିବାକୁ ମାତୁଛନ୍ତି । ନିର୍ବାଚନ କମିଶନ ବାତ୍ୟା ଫନିର ଭୟାବହତାକୁ ଉପଲବ୍ଧି କରି ନିର୍ବାଚନ 2 ମାସ ଘୁଞ୍ଚାଇ ଦେଇଛନ୍ତି । ବିଜେପି କିନ୍ତୁ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ମୁଣ୍ଡରେ ନିର୍ବାଚନ ବୋଝ ଲାଦିବାକୁ ନିର୍ବାଚନ କମିଶନଙ୍କ ଉପରେ ଅଯଥା ଚାପ ସୃଷ୍ଟି କରୁଛି ।

ରାଜ୍ୟର 147 ବିଧାନସଭା ଆସନ ମଧ୍ୟରୁ 146ଟି ପାଇଁ ମତଦାନ ସରିଛି । କେବଳ ପାଟକୁରା ନିର୍ବାଚନ ହୋଇପାରିନି । ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ 19 ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ବାତ୍ୟାର ତାଣ୍ଡବ ଦେଖି ନିର୍ବାଚନ କମିଶନ 2 ମାସ ନିର୍ବାଚନ ଟାଳି ଦେଇଛନ୍ତି । କାରଣ ବାତ୍ୟାରେ ଘରଦ୍ୱାର, ଆସବାବପତ୍ର, ଗୃହପାଳିତ ପଶୁ ଓ ସର୍ବୋପରି ରୋଜଗାରର ପନ୍ଥା ହରାଇଥିବା ପାଟକୁରାବାସୀ ନିଜ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛନ୍ତି । ଏଦିଗରେ ସରକାର ବି ସେମାନଙ୍କୁ ସହଯୋଗର ହାତ ବଢ଼ିଛନ୍ତି ।

ହେଲେ ରାଜ୍ୟ ବିଜେପି ନେତାମାନେ ବୋଧହୁଏ ବାତ୍ୟା ପିଡୀତଙ୍କ ଉନ୍ନତି ଦେଖିପାରୁ ନାହାନ୍ତି । ସେଥିପାଇଁ ଖାଦ୍ୟ, ଗୁଜୁରାଣ ଓ ଘର ସଜାଡ଼ିବାକୁ ସାଧନ ଖୋଜୁଥିବା ଲୋକଙ୍କ ଉପରେ ପୁଣି ଥରେ ନିର୍ବାଚନର ଚାପ ଦେବାକୁ ଚକ୍ରାନ୍ତ କରୁଛି ବିଜେପି । ବାତ୍ୟା ପରେ ଲୋକଙ୍କ ଥଇଥାନ ଓ ପୁନର୍ବାସ ଜରୁରୀ ନା ନିର୍ବାଚନ ଜରୁରୀ ବୋଲି ବିଜେଡି ପ୍ରଶ୍ନ କରିଛି । ବାତ୍ୟା ପରେ ଏବେ ପୁରା ସରକାରୀ କଳ, ଲୋକ ପ୍ରତିନିଧି ଓ ସ୍ବେଛାସେବୀ ସଂଗଠନ ସମସ୍ତେ ରିଲିଫ ଓ ପୁନର୍ବାସ କାର୍ଯ୍ୟରେ ଲାଗିଛନ୍ତି । ଏଭଳି ସମୟରେ ନିର୍ବାଚନ ହେଲେ ପୁନର୍ଗଠନ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ବିଜେଡି ଯୁକ୍ତି ବାଢ଼ିଛି ।

Share

Leave a Reply

Your email address will not be published. Required fields are marked *

3 × 3 =