ମୋଦି ସରକାରଙ୍କ ପଦକ୍ଷେପ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ଦର୍ଶାଉଛି

ନୂଆଦିଲ୍ଲୀ () ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦି ସରକାରପ୍ରତିଶ୍ରୁତିବଦ୍ଧ । ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦି ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ନିଆଯାଇଥିବା ଘୋଷଣାକୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର କରୋନା ଆହ୍ୱାନର ମୁକାବିଲା କରିବା ପାଇଁ ସମାଜର ସବୁ ବର୍ଗଙ୍କୁ ଧ୍ୟାନରେ ରଖି କାର୍ଯ୍ୟ କରୁଛନ୍ତି । ଦେଶର ଅର୍ଥନୀତିକୁ ପୁଣି ଥରେ ମଜବୁତ୍ କରିବା ଦିଗରେ ମୋଦିଙ୍କ ସକ୍ରିୟ ପଦକ୍ଷେପ ଜାରୀ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

କରୋନା ଭଳି କଠିନ ସମୟରେ ଲୋକମାନେ ଆବଶ୍ୟକ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଗରିବ ଲୋକମାନଙ୍କ ପାଇଁ ସହାୟକ ହୋଇଛନ୍ତି । ଦେଶର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, ଛୋଟ ବ୍ୟବସାୟୀ ଓ ଗହରାଂଚଳ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କୁ ଆର୍ଥିକ ସବଳ ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତିା ଆଜିର ଘୋଷଣାରେ ଗ୍ରାମାଚଂଳ ଅର୍ଥନୀତିକୁ ସଦୃଢ କରିବା ତଥା କୃଷକ ଏବଂ କୃଷି ଉତ୍ପାଦକୁ ବଢେଇବା ପାଇଁ ଉଦ୍ୟମ କରାଯାଇଛି । କିଷାନ କ୍ରେଡିଟ୍ ମାଧ୍ୟମରେ ୨.୫ କୋଟି ଚାଷୀଙ୍କୁ ଲୋନ ଦିଆଯିବାର ବ୍ୟବସ୍ଥା ହୋଇଛି । ଏହା କରୋନା ମହାମାରୀ ପ୍ରଭାବରୁ ଅନ୍ନଦାତାଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ ।

ସେହିପରି ପ୍ରବାସୀ ଶ୍ରମିକଙ୍କ ରହିବା ଖାଇବା ପିଇବା ଓ ଯତ୍ନ ନେବା ପାଇଁ ମୋଦି ସରକାର ବ୍ୟବସ୍ଥା କରିଛନ୍ତି । ପ୍ରବାସୀ ଶ୍ରମିକ ତଥା ପ୍ରବାସୀ ଓଡିଆଙ୍କୁ କମ ଟଙ୍କାରେ ଭଡା ଘର ଯୋଗାଇ ଦିଆଯିବା ବ୍ୟବସ୍ଥା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇଛି । ୫୦ ଲକ୍ଷ ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଘୋଷଣା ହୋଇଛି । ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ । ଅପରପକ୍ଷରେ ଗରିବଙ୍କ କଲ୍ୟାଣଙ୍କୁ ନିଶ୍ଚିତ କରାଯାଇଛି । ଭାରତ ଆତ୍ମନିର୍ଭର ପ୍ୟାକେଜରେ ଆଦିବାସୀଙ୍କୁ ମଧ୍ୟ ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 9 =