ଶେୟାର ବଜାରରେ ଝଡ଼

ଶେୟାର ବଜାରରେ ବଡ ବିପର‌୍ୟ୍ୟୟ । ୮୫୦ ଅଙ୍କ ତଳକୁ ଖସିଲା ସେନସେକ୍ସ । ଲଗାତର ଭାବେ ଶେୟାର ବଜାରରେ ହ୍ରାସ ଜାରି ରହିଛି । ଆଜି କାରବାର ଆରମ୍ଭ ବେଳକୁ ସେନସେକ୍ସ ୫୦୬ ଦଶମିକ ୩୩ ଅଙ୍କ ତଳକୁ ଖସିଥିଲା । ୩୫ ହଜାର ୪୬୯ ପଏଂଟରେ କାରବାର ଆରମ୍ଭ କରିବା ବେଳେ ଆହୁରି ତଳକୁ ଖସିଥିଲା ସେନସେକ୍ସ । ଫଳରେ ପ୍ରାୟ ୮୫୦ ଅଙ୍କ ତଳକୁ ଖସି ଯାଇଥିଲା ସେନସେକ୍ସ । ସେହିପରି ନିଫ୍ଟି ସୂଚକାଙ୍କରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ୨୬୧ ଦଶମିକ ୫୦ ଅଙ୍କ ତଳକୁ ଖସି ୧୦ ହଜାର ୫୯୬ ଦଶମିକ ୭୫ ପଏଂଟରେ କାରବାର ଜାରି ରଖିଛି ନିଫ୍ଟି । ସପ୍ତାହର ଚତୁର୍ଥ ଦିନରେ ବି ଶେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ଶେୟାର ବଜାର ଉପରେ ପଡିଛି । ଗତକାଲି ମଧ୍ୟ ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକ ପୂର୍ବରୁ ଶେୟାର ବଜାରରେ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

4 + five =