ପୁଣି ନିରାଶ ଚିଦାମ୍ବରମ

ନୂଆଦିଲ୍ଲୀ() ପୁଣି ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଚିଦାମ୍ୱରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜାମିନ ଆବେଦନ ଖାରଚ ହେବା ସହ ଚିଦାମ୍ବରଙ୍କର ରିମାଣ୍ଡ ଅବଧି ଅଗଷ୍ଟ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ସିବିଆଇ ରିମାଣ୍ଡକୁ ଅଗଷ୍ଟ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ ପକ୍ଷରୁ ରିମାଣ୍ଡ ଅବଧିକୁ ବୃଦ୍ଧି କରିବା ପାଇଁ ଆବେଦନ କରାଯାଇଥିଲା ।

ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଚିଦାମ୍ବରମଙ୍କ ନାଁ ଆସିବା ପରେ ତାଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ପରେ ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ତନ୍ନ ତନ୍ନ ଜେରା କରୁଛି ସିବିଆଇ ଟିମ।

Share

Leave a Reply

Your email address will not be published. Required fields are marked *

two × 3 =