ସହମତିରେ ସଭାପତି ହେଲେ ସମୀର ମହାନ୍ତି

ଭୁବନେଶ୍ୱର() ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ସହମତି ଭିତ୍ତିରେ ସମୀର ହେଲେ ରାଜ୍ୟ ବିଜେପିର ମୁଖିଆ । କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଓ ରାଜ୍ୟ ପରିଷଦ ନେତାମାନେ ଶ୍ରୀ ମହାନ୍ତିଙ୍କ ନାଁରେ ମୋହର ମାରିଥିବା ସୂଚନା ମିଳିଛି। ସେ ଆସନ୍ତା ୩ବର୍ଷ ପାଇଁ ସଭାପତି ପଦରେ ରହିବେ। ଏନେଇ ଆନୁଷ୍ଠାନିକ ଘୋଷଣା ଖୁବଶୀଘ୍ର ହେବ।

ଗତ ୨୦୧୬ ମସିହାରେ ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ବିଜେପି ରାଜ୍ୟ ସଭାପତି ଭାବେ ବସନ୍ତ ପଣ୍ଡାଙ୍କୁ ଅବସ୍ଥାପିତ କରିବାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକ୍ଷମ ହୋଇଥିଲେ। ଚଳିତଥର ରାଜ୍ୟ ସଭାପତି ରେସରେ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତିଙ୍କ ସମେତ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଗତକାଲି ପର୍ୟ୍ୟନ୍ତ ଶ୍ରୀ ହରିଚନ୍ଦନଙ୍କ ନାଁ ଉପରେ ସହମତି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ପରେ ଶ୍ରୀ ମହାନ୍ତିଙ୍କ ନାଁ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଦଳ ମଧ୍ୟ ସମସ୍ତ ୨୧ ଲୋକସଭା ଆସନରୁ ଜଣେ ଲେଖାଏ ସଦସ୍ୟଙ୍କୁ ରାଷ୍ଟ୍ରୀୟ ପରିଷଦ ସଭ୍ୟ ଭାବେ ନିର୍ବାଚିତ କରିଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

11 − 2 =