ଶିରିଡିରେ ସାଇ ବାବାଙ୍କ ମନ୍ଦିର ବନ୍ଦ ହେବା କଥା ଗୁଜବ

ମହାରାଷ୍ଟ୍ର () ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବୟାନକୁ ବିରୋଧ କରି ରବିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଶିରିଡି ସାଇ ମନ୍ଦିର ବନ୍ଦ ରହିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ରବିବାର ଠାରୁ ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ବନ୍ଦ ହେବା ନେଇ ଯେଉଁ ପ୍ରଚାର ଚାଲିଥିଲା ତାକୁ ଖଣ୍ଡନ କରିଛି ଶରିଡି ସାଇ ଟ୍ରଷ୍ଟ । ଏନେଇ ଏକ ବିବୃତି ଜାରି କରାଯାଇଛି ।ଏଥିରେ ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆରତି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବପରି ଚାଲୁ ରହିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ସିରିଡିକୁ ନେଇ ପୁରା ବିବାଦ ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନକୁ ନେଇ । ସାଇ ବାବାଙ୍କ ଜନ୍ମ ସ୍ଥାନକୁ ନେଇ ଉଦ୍ଧବ ଠାକରେଙ୍କ ବୟାନକୁ ବିରୋଧ କରୁଛନ୍ତି ଶିରିଡି ବାସିନ୍ଦା । ମହାରାଷ୍ଟ୍ର ଅହମଦନଗରରେ ଥିବା ଶିରିଡି ଗାଁ ହିଁ ବାବାଙ୍କ ଜନ୍ମ ଓ କର୍ମ ସ୍ଥଳୀ ବୋଲି ଭକ୍ତମାନଙ୍କ ଭିତରେ ମାନ୍ୟତା ରହିଆସିଛି ।

ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଶିରିଡିଠାରୁ ୨୭୫ କିଲୋମିଟର ଦୂର ପାଥରିରେ ଜନ୍ମ ହୋଇଥିଲେ ସାଇ ବାବା । ତେଣୁ ଏହି ଅଂଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ ।

Share

Leave a Reply

Your email address will not be published. Required fields are marked *

1 × one =