ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ନୋଟିସ

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସଚିନ ପାଇଲଟଙ୍କୁ ନୋଟିସ କରାଯାଇଛି । ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ନୋଟିସ କରିଛନ୍ତି । ସେମାନେ ବିଧାୟକ ଦଳ ବୈଠକରେ କାହିଁକି ଯୋଗ ଦେଇନଥିଲେ ସେନେଇ ଜୁଲାଇ ୧୭ ସୁଦ୍ଧା ଉତର ରଖିବାକୁ କୁହାଯାଇଛି । ରାଜସ୍ଥାନ ବିଧାନସଭାର ସରକାରୀ ଦଳ ମୁଖ୍ୟ ସଚେତକ ମହେଶ ଯୋଶୀ ଏନେଇ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ଆଜି ପାଇଲଟ କହିଛନ୍ତିଯେ, ସେ ବିଜେପିକୁ ଯିବେ ନାହିଁ । ତେବେ ବିଜେପି କଂଗ୍ରେସର ଅନ୍ତଦ୍ୱର୍ନ୍ଦ୍ୱ ଉପରେ ନିଘା ରଖିବା ସହ ଗୋଟି ଚାଳନା କରୁଥିବା ଜାଣିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

eighteen − eighteen =