ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କ୍ୟାନ୍‌ସର

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି | ପୁଟିନ୍ ଦୀର୍ଘ ଦିନ ହେଲା କ୍ୟାନ୍ସରରେ ସହ ବହୁବିଧ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି । ତାଙ୍କର ଏବେ ସର୍ଜରୀ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା ସଚିବ ନିକୋଲାଇ ପାତ୍ରୁଶେଭଙ୍କୁ କ୍ଷମତା ହସ୍ତାନ୍ତର କରିବେ । ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ପୁଟିନଙ୍କୁ ସର୍ଜରୀ କରିବାକୁ ପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି । ରୁଷୀୟ ଗୁଇନ୍ଦା ସଂସ୍ଥାର ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲଙ୍କ ମାଲିକାନାରେ ଥିବା ଟେଲିଗ୍ରାମ ଚ୍ୟାନେଲ ସୂତ୍ରରୁ ଉଦ୍ଧାର କରି ନ୍ୟୁୟର୍କ ପୋଷ୍ଟ ଏଭଳି ଦାବି କରିଛି ।

ନିକଟରେ ପୁଟିନ ଅସୁସ୍ଥ ଦେଖାଯିବା ଏବଂ ସର୍ବସାଧାରଣ ସ୍ଥାନରେ ତାଙ୍କର ଅଜବ ଆଚରଣର ଦୃଷ୍ଟାନ୍ତ ଦେଇ
ନ୍ୟୁୟର୍କ ପୋଷ୍ଟ କହିଛି ଯେ ରୁଷ ରାଷ୍ଟ୍ରପତି କ୍ୟାନ୍ସର ସହ ପାରକିନସନ୍ସ ଭଳି ବହୁ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି। ତେବେ ଏ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟର ସତ୍ୟାସତ୍ୟ ସ୍ପଷ୍ଟ କରାଯାଇପାରି ନାହିଁ ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ନ୍ୟୁୟର୍କ ପୋଷ୍ଟ କହିଛି ଯେ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ମୁଁ ଏପରି କିଛି ଦେଖି ନାହିଁ ଯାହା ଆମକୁ ଏପରି କହିବାକୁ ବାଧ୍ୟ କରିବ ।

“ଆମେ ସମସ୍ତେ ଜାଣୁ ଯେ ପୁଟିନ ସଙ୍କେତ ଦେଇଛନ୍ତି ଯେ ସେ ପାତ୍ରୁଶେଭଙ୍କୁ ତାଙ୍କର ଏକମାତ୍ର ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରନ୍ତି। ଏକଦା ପୁଟିନ କହିଥିଲେ ଯେ ଯଦି ତାଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ଦେଶର ଶାସନ ଭାର ସାମୟିକ ଭାବେ ପାତ୍ରୁଶେଭଙ୍କୁ ହସ୍ତାନ୍ତର କରାଯିବ |”

ପୁଟିନଙ୍କ କ୍ୟାନ୍ସର ସର୍ଜରୀ ନେଇ ଦାବି କରୁଥିବା ଟେଲିଗ୍ରାମ ଚ୍ୟାନେଲର ମାଲିକ କହିଛନ୍ତି ଯେ ଭ୍ଲାଦିମିର ପୁଟିନଙ୍କଠାରୁ ପାତ୍ରୁଶେଭ ଆହୁରି ଖରାପ । ସେ ଆହୁରି ନିଷ୍ଠୁର ଓ‌ କପଟୀ | ଯଦି ସେ କ୍ଷମତାକୁ ଆସନ୍ତି, ତେବେ ରୁଷର ସମସ୍ୟା ବହୁଗୁଣିତ ହେବ।

Share

Leave a Reply

Your email address will not be published. Required fields are marked *

two + fifteen =