ପାର୍କ ଏବଂ ସ୍କୁଲରେ ଶବ ପୋତୁଛନ୍ତି ୟୁକ୍ରେନବାସୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି। ରୁଷ ତରଫରୁ ଲଗାତାର ଆକ୍ରମଣ ହେଉଛି। ବୋମା ବିସ୍ଫୋରଣ ଏବଂ ଏୟାର ଷ୍ଟ୍ରାଇକ ଯୋଗୁଁ ୟୁକ୍ରେନରେ ସାଧାରଣ ଲୋକ ମଧ୍ୟ ମରୁଛନ୍ତି। ସବୁଠାରୁ ଖରାପ ସ୍ଥିତି ମାରିୟୁପୁଲ୍‌ ରହିଛି। ଏଠାରେ ମରୁଥିବା ଲୋକଙ୍କୁ ଶ୍ମଶାନକୁ ନେବା ସମ୍ଭବ ନୁହେଁ। ତେଣୁ ଏହି ଶବକୁ ପାର୍କ ଏବଂ ସ୍କୁଲରେ ପୋତିବାକୁ ପଡୁଛି। କେତେକ ଶବ ଏଣେତେଣେ ପଡିଛି। ଏହି ସହର ଏତେ ମାତ୍ରାରେ ବରବାଦ ହୋଇପଡିଛି, ଯାହାର ତୁଳନା ସିରିଆର ଅଲେପୋ ସହର ଭଳି ହୋଇଛି।

ରିପୋର୍ଟ ମୁତାବକ, ମାରିୟୁପୁଲରେ ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ ଖୁବ୍ ସୁନ୍ଦର ଥିବା ମାରିୟୁପୁଲ ଆଜି ଭଗ୍ନ ସ୍ତୁପରେ ପରିଣତ ହୋଇଛି। ପୂର୍ବରୁ ମାରିୟିପୁଲକୁ ସରେଣ୍ଡର କରିବାକୁ ଋଷ ୟୁକ୍ରେନକୁ ଚେତାବନୀ ଦେଇଥିଲା। ମାତ୍ର ୟୁକ୍ରେନ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯିବାରୁ ରୁଷ ଆକ୍ରମଣ ତୀବ୍ର କରିଥିଲା। କେବଳ ସୋସିଆଲ ମିଡିଆ ଜରିଆରେ କିଛି ଖବର ମିଳୁଛି।

ୟୁକ୍ରେନରେ କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯେଉଁ ଲୋକ କୌଣସି ପ୍ରକାରରେ ସହର ଛାଡି ଅନ୍ୟ ଦେଶକୁ ଯିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଠାରୁ ରୁଷ ସେନା ପାସପୋର୍ଟ ଛଡାଇ ନେଇଛି ଏବଂ ଜବରଦସ୍ତି ରୁଷ ସୀମାରେ ଛାଡିଦେଉଛି। ପାଖାପାଖି ୩ ହଜାର ଲୋକ ରୁଷକୁ ପଠାସାରିଲାଣି।

Share

Leave a Reply

Your email address will not be published. Required fields are marked *

seventeen + eighteen =