ରୁଷିଆ ସେନା ୟୁକ୍ରେନ ସୀମାର ନିକଟତର

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଶଙ୍କା ବଢୁଛି । ୟୁକ୍ରେନ ସୀମାଠାରୁ ମାତ୍ର ୨୦ କିମି ଦୂରରେ ରୁଷିଆ ସେନା । ଏକ ସାଟେଲାଇଟ ଦ୍ୱାରା ସଂଗୃହିତ ଇମେଜରୁ ସ୍ପଷ୍ଟ ହୋଇଛି । ରୁଷିଆର ପଶ୍ଚିମ ଓ ଦକ୍ଷିଣ ବେଲାଋଷ ପଟୁ ସେନା ୟୁକ୍ରେନର ନିକଟତର । ଦେଶ ବାହାରେ ସେନାବାହିନୀ ମୁତୟନ ପାଇଁ ରୁଷିଆ ସଂସଦର ଅନୁମତି । କାଲି ରୁଷ ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଅନୁମତି ଦେଇ ସାରିଛି । ବିଶ୍ୱର ପ୍ରମୁଖ ରାଷ୍ଟ୍ରର କଟକଣା ସତ୍ତ୍ୱେ ଋୁଷିଆ ଆଗକୁ ବଢୁଛି ।
ଅନ୍ୟପଟେ ୟୁକ୍ରେନକୁ ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେଇଛନ୍ତି । ଯେଉଁମାନେ ୟୁକ୍ରେନରେ କ୍ଷମତାରେ ଅଛନ୍ତି ସେମାନେ ଶତ୍ରୁତା ଛାଡନ୍ତୁ । ରକ୍ତପାତ ହେଲେ ୟୁକ୍ରେନର ଶାସକ ମାନେ ହିଁ ଦାୟୀ ରହିବେ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 4 =