କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ

ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି 30 ଟି ରାଷ୍ଟ୍ରଙ୍କ ଏକ ସଂଗଠନ, ଯେଉଁଥିରେ ପରପ୍ସର ସାମରିକ ସହାୟତା ପାଇଁ ଏହି ମେଣ୍ଟ ଗଠନ ହୋଇଛି । ତେଣୁ ନାଟୋରେ ୟୁକ୍ରେନରେ ସାମିଲ ହେବା ଉଦ୍ୟମକୁ ବିରୋଧ କରି ଆସୁଛି ଋଷିଆ । ଏପରିକି ଋଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହୁଛନ୍ତି, ୟୁକ୍ରେନ ତାଙ୍କୁ ଗ୍ୟାରେଣ୍ଟ ଦେଉ କି, ଭବିଷ୍ୟତରେ କେବେ ବି ୟୁକ୍ରେନ ନାଟୋ ଓ ୟୁରୋପୀୟ ୟୁନିଅନରେ ସାମିଲ ହେବ ନାହିଁ । ପୂର୍ବରୁ ସୋଭିଏତ ରିପବ୍ଲିକରେ ୟୁକ୍ରେନ ଥିବାରୁ ଋଷିଆ ଓ ୟୁକ୍ରେନବାସୀଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସଂପର୍କ ରହିଆସିଛି । କିନ୍ତୁ 2021ରେ ଋଷିଆକୁ ସମର୍ଥନ କରୁଥିବା ରାଷ୍ଟ୍ରପତିଙ୍କୁ କ୍ଷମତାଚ୍ୟୁତ କରାଯିବାରୁ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ 14 ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏହା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ବ୍ୟାହତ ହୋଇଛି । ଯୁଦ୍ଧ ପରଠାରୁ ୟୁକ୍ରେନର ଦୁଇ ପ୍ରଦେଶ ଲୋହାନ୍ସକ ଓ ଡୋନେଟସ୍କ ଉପରେ ଋଷିଆ ନିଜର ପ୍ରଭାବ ବିସ୍ତାର କରିଆସିଛି । ଏହି ଦୁଇ ପ୍ରଦେଶରେ ଋଷିଆ ସମର୍ଥିତ ନେତୃତ୍ବ ଶାସନ କରି ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 + twenty =