ଝାଡ଼ଖଣ୍ଡରେ ରୋପ୍‌ୱେ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଝାଡ଼ଖଣ୍ଡ ଦେଓଘର ରୋପ୍‌ୱେ ଦୁର୍ଘଟଣାରେ ସରୁନି ଉଦ୍ଧାର କାର୍ଯ୍ୟ । ମଝି ଆକାଶରେ ଫସି ରହିଛନ୍ତି ଲୋକେ। ଏପର୍ଯ୍ୟନ୍ତ ୩୮ ଜଣ ଉଦ୍ଧାର ହୋଇଥିବା ବେଳେ ୧୦ ଜଣ ଫସି ରହିଛନ୍ତି । ଆଜି ୫ଜଣ ବୟସ୍କ ବ୍ୟକ୍ତିଙ୍କ ସହ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ତଳକୁ ଖସିପଡି ଜଣଙ୍କର ମୃତ୍ୟୁ ହୋଇଛି।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍‌, ଆର୍ମୀ ଓ ଏୟାରଫୋର୍ସ ସାମିଲ ହୋଇଛନ୍ତି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପ୍‌ୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ହୋଇଥିଲା । ୨ହଜାର ଫୁଟ ଉପରେ ଝୁଲି ରହିଥିବା ଟ୍ରଲିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରେସକ୍ୟୁ ଅପରେସନରେ ବାୟୁସେନାର ଦୁଇଟି MI-17 ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ଏହା ସହ ଗରୁଡ କମାଣ୍ଡୋ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରବିବାର ରାମ ନବମୀ ଅବସରରେ ରୋପ୍‌ୱେରେ ବୁଲିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ରୋପ୍‌ୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପ୍ରଥମେ ଉପରେ ଥିବା ଟ୍ରଲିଟି ଖସିପଡ଼ିଥିଲା।

Share

Leave a Reply

Your email address will not be published. Required fields are marked *

2 × five =