ରେପୋ ରେଟ୍ ଅପରିବର୍ତ୍ତିତ

ମାର୍କେଟକୁ ସରପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ୍ । ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ୍ ୩ ଦଶମିତ ୩ ୫ପ୍ରତିଶତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଆକଳନ କରିଛନ୍ତି , ଆର୍ଥିକବର୍ଷ ୨୦୨୨-୨୩ ଭାରତର ରିଏଲ ଜିଡିପି ଅଭିବୃଦ୍ଧି ରହିବ ୭ ଦଶମିକ ୮ ପ୍ରତିଶତ । ସେହିପରି ମୁଦ୍ରାସ୍ଫୀତି ହାର ୨୦୨୧-୨୨ରେ ୫ ଦଶମିକ ୩ ପ୍ରତିଶତ ଏବଂ ୨୦୨୨-୨୩ରେ ୪ ଦଶମିକ ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ସେହିପରି କରୋନାସ୍ଥିତି ପରେ ଧିରେ ଧିରେ ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି ଏପରିକି ଅନ୍ୟ ଦେଶ ଅପେକ୍ଷା ଭାରତର ଅଭିବୃଦ୍ଧି ହାର ମଧ୍ୟ ଅଧିକ ରହିଛି ।

Share

Leave a Reply

Your email address will not be published. Required fields are marked *

3 × one =