ହକି ବିଶ୍ବକପ ସଙ୍ଗୀତର ନିର୍ଦ୍ଦେଶନା ଦେଉଛନ୍ତି ରେହମାନ ଓ ଗୁଲଜାର

ଭୁବନେଶ୍ବର () ଆସନ୍ତା ନଭେମ୍ବର 18 ତାରିଖରୁ ଆରମ୍ଭ ହେଉଥିବା ପୁରୁଷ ବିଶ୍ବକପ ହକିର ଟାଇଟେଲ ସଙ୍ଗୀତ ପାଇଁ ପୁଣି ଥରେ ଏକାଠି ହୋଇଛନ୍ତି ଭାରତ ସଙ୍ଗୀତ ଜଗତର ଦୁଇ ମହାନାୟକ ପଦ୍ମ ଭୂଷଣ ଏ.ଆର. ରେହମାନ ଓ ଗୁଲଜାର ସାହବ । ହକି ବିଶ୍ବକପ ସଙ୍ଗୀତର ଟାଇଟେଲ ରହିଛି ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ । ଏହି ସଙ୍ଗୀତକୁ ଲେଖିଛନ୍ତି ବିଶିଷ୍ଟ ଗୀତିକାର ଗୁଲଜାର ସାହେବ ଓ ରେହମାନ । ଏହି ଟେଇଟେଲ ସଙ୍ଗୀତ ପଦ୍ୟ, ତାଳ ଓ ଛନ୍ଦର ଏକ ଅପୂର୍ବ ସ୍ପନ୍ଦନ ସୃଷ୍ଟି କରିବ ।

ଭାରତର ପ୍ରିୟ ଖେଳ ହେଉଛି ହକି ଏବଂ ଆମ ମାଟିରେ, ଆମ ଟର୍ଫରେ ଭୁବନେଶ୍ବରରେ ବିଶ୍ବର ଏହି ସର୍ବବୃହତ ହକି ମହାକୁମ୍ଭର ଆୟୋଜନ ଠାରୁ ଅଧିକ ଉତ୍ସାହଜନକ କିଛି ନଥାଇପାରେ ବୋଲି ରେହମାନ ଏକ ବିଜ୍ଞପ୍ତିରେ କହିଛନ୍ତି । ଏହି ଖେଳ ପାଇଁ ଦେଶବାସୀ ସେମାନଙ୍କ ହୃଦୟକୁ ବନ୍ଧା ରଖିଛନ୍ତି । ଦେଶବାସୀଙ୍କ ଏହି ଉତ୍ସାହରେ ଭାଗୀଦାର ହୋଇ ରେହମାନେ ଓ ଗୁଲଜାର ସାହେବ ମଧ୍ୟ ସୃଷ୍ଟି କରିଥିବା ଏହି ସଙ୍ଗୀତ ଦେଶବାସୀଙ୍କୁ ଉତ୍ସାହିତ କରିବ । ତେଣୁ ଏହି ହକି ବିଶ୍ବକପର ମହାମେଳାରେ ଦେଶବାସୀ କେବଳ ବ୍ଲୁ ପୋଷାକ ପିନ୍ଧା ଖେଳାଳିଙ୍କ ପାଇଁ ନୁହେଁ, ବିଶ୍ବ ଐକ ପାଇଁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ରେହମାନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଲଜାର ସାହେବ ଓ ରେହମାନଙ୍କୁ ଏହି ସଙ୍ଗୀତ କମ୍ପୋଜ କରିବାକୁ ସହମତି ପ୍ରକାଶ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇ ସଙ୍ଗୀତ ବିଶାରଦ ଏହି ହକି ବିଶ୍ବକପ ଗୀତର କମ୍ପୋଜ କରୁଛନ୍ତି । ଖୁବଶୀଘ୍ର ରେହମାନ ହକି ବିଶ୍ବକପ ଗୀତର ଭିଡିଓ ପ୍ରସ୍ତୁତ କରିବେ ଏବଂ ଏହା ହକିକୁ ଭଲ ପାଉଥିବା ଦେଶର ସବୁ ଅଂଚଳରେ ସୁଟିଂ କରାଯିବ । ଏହି ସଙ୍ଗୀତର ବିଷୟବସ୍ତୁ ଭାରତ, ଓଡିଶା ଓ ହକି ବିଶ୍ବକପରେ ହାର ଜିତ ଠାରୁ ଉତ୍ସାହ ଉପରେ ଆଧାରିତ ହୋଇଛି ।

ଏହି ମୁଜିକ ଭିଡିଓ ଯଦିଓ ଅକ୍ଟୋବର ମାସରେ ରିଲିଜ ହେବ, ମୁଖ୍ୟ ଆକର୍ଷଣ ହେବେ ଏ.ଆର. ରେହମାନ, ଯିଏ କି ନଭେମ୍ବର 29 ଉଦଘାଟନୀ ଉତ୍ସବରେ ନିଜେ ଏହି ଗୀତ ଗାଇବେ । ରେହମାନ ପ୍ରଥମ ଥର ଓଡିଶା ଲାଇଭ ପ୍ରଦର୍ଶନ କରିବେ । ନଭେମ୍ବର 28ରୁ ଆରମ୍ଭ ହେଉଥିବା ଏହି ହକି ବିଶ୍ବକପରେ 16ଟି ଦେଶ ଯୋଗ ଦେବେ । 1982 ପରେ ତୃତୀୟ ଥର ପାଇଁ ଭାରତ ହକି ବିଶ୍ବକପର ଆୟୋଜନ କରୁଛି ।

Share

Leave a Reply

Your email address will not be published. Required fields are marked *

five × 1 =