କପିଲ୍, ସଚିନଙ୍କ କ୍ଲବରେ ଜାଡେଜା

ନାଗପୁର,୫ା୩(ଏଜେନ୍ସି): ଅଷ୍ଟେ୍ରଲିଅ। ବିପକ୍ଷ ଦ୍ିତୀୟ ଦିନିକିଅ।ରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ନୂଅ। ମାଇଲଖୁଣ୍ଟ ହାସଲ କରିଛନ୍ତି ଜାମଥାର ଭିସିଏ ଷ୍ଟାଡିୟମରେ ୧୦ ରନ୍ କରିବା ମାତ୍ରକେ ଜାଡେଜା ଏକ ନୂଅ। ରେକର୍ଡର ଅଧିକାରୀ ହୋଇଛନ୍ତି ।

ଜାଡେଜା ତୃତୀୟ ଭାରତୀୟ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ ଦିନିକିଅ।ରେ ୨୦୦୦ ରନ୍ ଏବଂ ୧୫୦ରୁ ଊଦ୍ଧ୍ର୍ ୱିକେଟ୍ ନେବାର ସଫଳତା ଅର୍ଜନ କରିଛନ୍ତି । ଏଥିସହ ସେ ଏବେ ସଚିନ ତେନ୍ଦୁଲକର ଓ କପିଲ୍ ଦେବଙ୍କ ଲିଷ୍ଟରେ ସାମିଲ୍ ହୋଇଛନ୍ତି । କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନଙ୍କ ନାମରେ ୪୬୩ ଦିନିକିଅ।ରେ ୧୮୪୨୬ ରନ୍ ଏବଂ ୧୫୪ ୱିକେଟ୍ ରହିଛି । ସେହିପରି ୧୯୮୩ ବିଶ୍ୱକପ୍ ବିଜେତା ଦଳର ଅଧିନାୟକ ରହିଥିବା କପିଲ୍ ଦେବ ଏହି ସୀମିତ ଓଭର ଫର୍ମାଟ୍ରେ ୩୭୮୩ ରନ୍ ଏବଂ ୨୫୩ ୱିକେଟ୍ ନେଇଛନ୍ତି । ନିଜ କ୍ୟାରିୟରର ୧୪୯ତମ ଦିନିକିଅ। ଖେଳୁଥିବା ଜାଡେଜା ଏପର୍ଯ୍ୟନ୍ତ ୧୭୧ ୱିକେଟ୍ ନେଇଛନ୍ତି । ନାଗପୁର ଦିନିକିଆରେ ଜାଡେଜା ୨୧ ରନ୍ କରି ଅ।ଉଟ୍ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

11 − 1 =