ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଦିନ …

ମେଷ() ଆଳସ୍ୟ ପରାୟଣ ହୋଇପାରନ୍ତି । ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ନିଶ୍ଚିତ କୃତକାର୍ଯ୍ୟ ହେବେ । ଧନାଗମ ହେବାର ସୂଚନା ମିଳୁଛି । ପାରିବାରିକ ସୁଖ-ଶାନ୍ତି ଅତୁଟ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ବୃଷ() ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମିଥୁନ() ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜି ପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କର୍କଟ() ରୋଜଗାର ଆଶାନୁରୂପ ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ସିଂହ() ପରିଶ୍ରମ ଅଧିକ ହୋଇପାରେ, ମାତ୍ର ତା’ର ମୂଲ୍ୟ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରତି କାର୍ଯ୍ୟ ସହଜ ସୁଲଭ ହେବ । ଧୈର୍ଯ୍ୟବାନ୍ ହେବେ । ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କନ୍ୟା () ପରୋପକାରୀ ହୋଇପାରନ୍ତି । ଯଶସ୍ୱୀ ଓ ପ୍ରତି ଯୋଗିତାରେ ବିଜୟୀ ହେବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ତୁଳା() ଶୁଭ କାର୍ଯ୍ୟରେ ଖର୍ଚ୍ଚ ପରିମାଣକୁ ବଢାଇ ପାରନ୍ତି । ସ୍ୱାଭିମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ବିଛା() ଦିନଟି ଉତ୍ସାହପୂର୍ଣ୍ଣ ରହିବ । ପରିଶ୍ରମର ସୁଫଳ ମିଳିବ । ରାଜନୀତିରେ ବଡ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ୍‌- ଆଲୋଚନା ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ଧନୁ() ଶତ୍ରୁ ଦମନ କରିବାରେ ସକ୍ଷମ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରଶଂସିତ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ ପଦରେ ଆସୀନ ହୋଇପାରନ୍ତି । ପରଧନରେ ଧନୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମକର() ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତାର ଶୀର୍ଷକୁ ଉଠିପାରନ୍ତି । ସନ୍ତାନ ଦ୍ୱାରା ଉପକୃତ ହେବେ । ପାରିବାରିକ ସୁଖ ଶାନ୍ତି ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪

କୁମ୍ଭ() ଆଶା ଫଳବତୀ ହୋଇପାରେ । କ୍ରୋଧ ସମ୍ବରଣ କରି କାର୍ଯ୍ୟ ହାସଲ କରିପାରନ୍ତି । ଶୁଭ କର୍ମରେ ଉତ୍ସାହ ବୃଦ୍ଧି ପାଇବ । ଦୈନନ୍ଦିନ କାର୍ଯ୍ୟ ସହ ଅଧ୍ୟୟନରତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମୀନ() ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦରେ ଓ ନିର୍ବାଚନରେ ବିଜୟୀ ହେବେ । ମିତ୍ରତା ସୁଦୃଢ ହେବ । ଅଧସ୍ତନ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

Share

Leave a Reply

Your email address will not be published. Required fields are marked *

4 × one =