ଟ୍ୟୁସନ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଅଭିଯୋଗ କଲେ ସ୍ତ୍ରୀ

ଜୟପୁର: ଶିକ୍ଷକଙ୍କ କଳାକାରନାମା । ଘରକୁ ଟ୍ୟୁସନ କରାଇବାକୁ ଡାକି ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ । ଏକାଧିକ ଛାତ୍ରୀଙ୍କ ସହ ଏଭଳି କାର୍ଯ୍ୟ କରୁଥିବା କଥା ଜାଣିବା ପରେ ଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜସ୍ଥାନର ଜୟପୁରରେ ଘଟିଛି ଏଭଳି ଘଟଣା ।
ଶିକ୍ଷକ ଜଣକ ଦୀର୍ଘଦିନ ହେବ ଏଭଳି କାର୍ଯ୍ୟ କରୁଥିଲେ । ସେ ଛାତ୍ରୀଙ୍କୁ ମାଡ଼ ମାରିବା ବାହାନାରେ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ । ବାରମ୍ବାର ସ୍ତ୍ରୀଙ୍କ ନଜରରେ ଏହା ପଡ଼ିବା ପରେ ସେ ସ୍ୱାମୀଙ୍କୁ ତାଗିଦ କରିଥିଲେ । ସ୍ତ୍ରୀ କଥାକୁ ନଶୁଣି ବାରମ୍ବାର ଏଭଳି କାର୍ଯ୍ୟ କରୁଥିବାରୁ ଶେଷରେ ବାଧ୍ୟ ହୋଇ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + eight =