ଚିରାଗ ପାଶଓ୍ୱାନ ହେଲେ ଏଲଜେପିର ସଭାପତି

ନୂଆଦିଲ୍ଲୀ () ବିଜେପିର ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟିର ସଭାପତି ହୋଇଛନ୍ତି ସାଂସଦ ଚିରାଗ ପାଶଓ୍ୱାନ୍ (୩୭)। ଦଳର ପ୍ରତିଷ୍ଠାତା ତଥା ବିଦାୟୀ ସଭାପତି ରାମବିଳାସ ପାଶଓ୍ୱାନ (୭୩) ଆଜି ଏହା ଘୋଷଣା କରିଛନ୍ତି। ରାମବିଳାସ ପାଶଓ୍ୱାନଙ୍କ ପୁଅ ହେଉଛନ୍ତି ଚିରାଗ।

୨୦୦୦ ମସିହାରେ ରାମବିଳାସ ପାଶଓ୍ୱାନ ଏହି ଦଳ ଗଢ଼ିଥିଲେ। ବିହାରରେ ମଧ୍ୟ ବିଜେପି-ଜେଡିୟୁ ମେଣ୍ଟ ସହ ଏଲଜେପି ରହିଛି। ଲୋକସଭା ନିର୍ବାଚନ ବେଳେ ଏହି ତିନି ଦଳ ମିଶି ବିହାରରେ ନିର୍ବାଚନ ଲଢ଼ିଥିଲେ। ଏବେ ରାମବିଳାସ ପୁଅ ଚିରାଗଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିବା ପରେ ଦୁଇ ଜଣଙ୍କ ବୟସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ରାମବିଳାସଙ୍କ ବୟସ ୭୩ ଏବଂ ଚିରାଗଙ୍କ ବୟସ ୩୭। ୭୩କୁ ଓଲଟାଇଲେ ୩୭ ହେଉଛି। ଉଲ୍ଲେଖନୀୟ ହେଉଛି, ୭୩ ବର୍ଷ ବୟସରେ ରାମବିଳାସ ଦଳୀୟ କ୍ଷମତାରୁ ଓହରି ଯାଇଥିବା ବେଳେ ତାଙ୍କ ଆସନ ୩୭ ବର୍ଷୀୟ ପୁଅ ଚିରାଗଙ୍କ ହାତକୁ ଟେକି ଦେଇଛନ୍ତି। ଚିରାଗ ଦ୍ୱିତୀୟ ଥର ପାଇଁ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

2 × four =