ସୁନ୍ଦର ଆଲୋକମାଳା ସହ ଝଲସୁଛି ରାମଙ୍କ ନଗରୀ

ଆସନ୍ତାକାଲି ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିିଛି । ଭୂମି ପୂଜନ ଆଗରୁ ସୁନ୍ଦର ଭାବେ ସଜେଇ ହୋଇଗଲାଣି ଅଯୋଧ୍ୟା ନଗରୀ । ପୁରା ସହର ହୋଇଯାଇଛି ରାମ ମୟ । ସୁନ୍ଦର ଆଲୋକମାଳା ସହ ଝଲସୁଛି ରାମଙ୍କ ନଗରୀ । ରାମମନ୍ଦିର ଭୂମିପୂଜନର ପ୍ରସ୍ତୁତିକୁ ଭଲ ଭାବେ ସମୀକ୍ଷା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ସେପଟେ ଅଯୋଧ୍ୟାରେ ରାମ ଜନ୍ମଭୂମି ପରିସର ନିକଟରେ ତିଆରି ହେଉଥିବା ପେଣ୍ଡାଲ, ରାସ୍ତା ଓ କୋଭିଡ୍ ପ୍ରୋଟକଲ ଅନୁସାରେ ଶେଷ ହୋଇଛି ପ୍ରସ୍ତୁତି । ଅଯୋଧ୍ୟ ନଗରୀରୁ ନେଇ ସରଜୁ ନଦୀ କୂଳ ଯାଏଁ ସବୁ ସ୍ଥାନ ଏବେ ନୂଆ ବୋହୂ ପରି ସଜେଇ ହୋଇ ରହିଛି । ଅପେକ୍ଷା କେବଳ ସେହି ମୁହୂର୍ତକୁ କେତେବେଳେ ପ୍ରଧାନମନ୍ତ୍ରୀ ଆସିବେ ଓ ରାମ ମନ୍ଦିର ପାଇଁ ହେବ ଭୂମି ପୂଜନ ।

ସୂଚନା ଅନୁସାରେ ରାମମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମକୁ ଆସିବେ ୧୭୫ ଜଣ ଅତିଥୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମ ଜନ୍ମଭୂମି ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ପ୍ରମୁଖ । ଅଯୋଧ୍ୟାରେ ଆସନ୍ତାକାଲି ଅର୍ଥାତ୍ ୫ ଅଗଷ୍ଟରେ ଭୂମିପୂଜା ହେବ । ଏଥିରେ ବୟସ ଅଧିକ କାରଣରୁ ସିଧାସଳଖ ସାମିଲ ହୋଇପାରିବେ ନାହିଁ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲି ମନୋହର ଯୋଶୀ । ରାମମନ୍ଦିର ଆନ୍ଦୋଳନର ଦୁଇ ପୁରୋଧା ଭିଡିଓ କନଫରେନ୍ସିଂ ଜରିଆରେ ରାମମନ୍ଦିର ଭୂମିପୂଜନ ଦେଖିବେ । କରୋନା ମହାମାରୀକୁ ଧ୍ୟାନରେ ରଖି ପୁରା କାର୍ଯ୍ୟକ୍ରମ ସଂପାଦନ ହେବ । ସୂଚନା ଅନୁସାରେ ସକାଳ ୮ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।

Share

Leave a Reply

Your email address will not be published. Required fields are marked *

19 + one =