ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ

ନୂଆଦିଲ୍ଲୀ() ଲଦ୍ଦାଖରେ ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ମୁହଁ ଖୋଲିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦଉରିୟା । ସେ କହିଛନ୍ତି କି, ଚୀନ ସହ ସବୁ ପରିସ୍ଥିତିରେ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ଆମେ ଏବେ ଭଲ ସ୍ଥିତିରେ ରହିଛୁ । ତେଣୁ ଯୁଦ୍ଧ ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ।

ଲଦ୍ଦାଖରେ ଚୀନ ସହ ବିବାଦକୁ ନେଇ ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଚୀନକୁ ସାମ୍ନା କରିବାକୁ ବାୟୁସେନାର ପ୍ରସ୍ତୁତି ଭଲ ଅଛି । ଆମେ ସବୁ ସ୍ଥାନରେ ଯବାନ ନିୟୋଜିତ କରିଛୁ । ଯୁଦ୍ଧ ଲଢିବା ପାଇଁ ମଜବୁତ କ୍ଷମତା ଆବଶ୍ୟକ । ଆମେ ଦେଶବାସୀଙ୍କୁ ବିଶ୍ୱାସ ଦେଉଛୁ ଆମ ପାଖରେ ସେହି କ୍ଷମତା ରହିଛି ।

ନିକଟରେ ବାୟୁସେନାରେ ଯୋଗ ଦେଇଥିବା ଲଢୁଆ ବିମାନ ରାଫେଲ ବିଷୟରେ ବାୟୁସେନା ମୁଖ୍ୟ କହିଛନ୍ତି, ରାଫେଲ ବିମାନ ଯୋଗୁଁ ଭାରତୀୟ ବାୟୁସେନାର ଶକ୍ତି ବଢିଛି । ଆମେ ଦୁଇଟି ଯାକ ଫ୍ରଣ୍ଟରେ ଯୁଦ୍ଧ ସହ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ।

Share

Leave a Reply

Your email address will not be published. Required fields are marked *

five × 2 =