ଏଣିକି ସୈନିକ ସ୍କୁଲରେ ନାମ ଲେଖାଇପାରିବେ ଝିଅ

ନୂଆଦିଲ୍ଲୀ() ଏଣିକି ସୈନିକ ସ୍କୁଲରେ ପଢିପାରିବେ ଝିଅ । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ ଝିଅ ମାନେ ପାଠ ପଢିପାରିବେ । କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢାଓ କାର୍ୟ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ସେନାରେ ମହିଳାଙ୍କୁ ଅଧିକରୁ ଅଧିକ ସାମିଲ କରିବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ମିଜୋରାମର ଚିଙ୍ଗିଚିପ୍ ସୈନିକ ସ୍କୁଲରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାକୁ ଦୁଇ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେବା ପରେ ପୂରା ଦେଶରେ ଏହାକୁ ଲାଗୁ କରିବା ପ୍ରସ୍ତାବରେ ମୋହର ମାରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପୂର୍ବରୁ କେବଳ ସୈନିକ ସ୍କୁଲରେ ପୁଅ ମାନଙ୍କୁ ନାମ ଲେଖାଉଥିଲେ ।

Share

Leave a Reply

Your email address will not be published. Required fields are marked *

five × two =