ଚାଷୀଙ୍କ ପ୍ରଲୋଭନ : ପୁଣି ଥରେ ଏମଏସପି ବୃଦ୍ଧିର ସ୍ବପ୍ନ ଦେଖାଇଲେ ରାଜନାଥ

ଭଦ୍ରକ (): 2014 ସାଧାରଣ ନିର୍ବାଚନ ପରଠାରୁ ଓଡିଶା ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କରିବାକୁ ଦାବି କରିଆସୁଛନ୍ତି । ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ମଧ୍ୟ ଗୃହିତ ହେଲା । କିନ୍ତୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ଭେଟିବାକୁ ପ୍ରଧାନମନ୍ତ୍ରୀ ସମୟ ଦେଲେନି । ଏପରିକି ବିଜେପି ନିଜର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତିକୁ ମଧ୍ୟ ଏଯାଏଁ ପାଳିନି । ଏବେ ପୁଣି ଥରେ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଉ ଥରେ ଧାନର ଏମସପି ଦେଢଗୁଣା କରିବାକୁ ଓଡିଶାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି ।

ଓଡ଼ିଶାର ଦୀର୍ଘଦିନର ଦାବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ଦାବିକୁ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ । ଭଦ୍ରକ ରାଣୀତଲାରେ ବିଜେପି ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାବାସୀଙ୍କୁ ପୁଣି ଥରେ ସ୍ବପ୍ନ ଦେଖାଇଛନ୍ତି ରାଜନାଥ । ଆଗାମୀ ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିଲେ ଓଡ଼ିଶାର ଏମଏସପି ଦେଢ଼ଗୁଣା ବୃଦ୍ଧି କରିବା ଦାବିକୁ ପୂରଣ କରାଯିବ । ଦାରଦାମକୁ ନିୟନ୍ତ୍ରଣ ଦାବିକୁ ମଧ୍ୟ ମୋଦି ସରକାର ପୂରଣ କରିବେ ବୋଲି ରାଜନାଥ ପ୍ରତିଶ୍ରୁତି ଦେଇଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ରାହୁଲଙ୍କୁ କଟୁ ସମାଲୋଚନା କରିଛନ୍ତି ରାଜନାଥ । କହିଛନ୍ତି ଯେ, ଚୌକିଦାର ଚୋର ନୁହେଁ ସ୍ବଚ୍ଛ । ଯେଉଁମାନେ ଦୁର୍ନିତିକୁ ନିଜର ରକ୍ତରେ ସାମିଲ କରିଛନ୍ତି ସେମାନେ ମୋଦି ସରକାରକୁ ସମାଲୋଚନା କରୁଛନ୍ତି ବୋଲି କହି କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପୂର୍ବଭାରତର ବିକାଶ କେବଳ ମୋଦି ସରକାର କରି ପାରିବେ ବୋଲି କହିଛନ୍ତି ରାଜନାଥ । ତେଣୁ ହାତରେ ଆଉ ଅଳ୍ପ ସମୟ ଅଛି ତୁରନ୍ତ ସରକାର ବଦଳାଇବାର ନିଷ୍ପତି ନିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ରାଜନାଥ ।

ଭାଷଣ ଆରମ୍ଭରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ରାଜନାଥ । ଓଡ଼ିଶାର ବିକାଶ କାହିଁକି ହେଉନି ଏବଂ ବିକାଶରେ କାହିଁକି ବାଧା ସୃଷ୍ଟି ହେଉଛି । ବିଜେପି ଶାସିତ ରାଜ୍ୟର ଜିଡ଼ିପି ତୁଳନାରେ ଓଡ଼ିଶା ବହୁତ ପଛରେ ରହିଛି ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜନାଥ ।

Share

Leave a Reply

Your email address will not be published. Required fields are marked *

1 × 1 =