ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ

ମଞ୍ଚେଷ୍ଟର ()  ବର୍ଷା ଯୋଗୁ ଅଟକିଲା ମ୍ୟାଚ୍ । ବର୍ଷାଯୋଗୁଁ ଓଲଡ୍ଟ୍ରାଫର୍ଡରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ଅଟକିଯାଇଛି । ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯେଉଁକାରଣରୁ ମ୍ୟାଚକୁ ରୋକିବାକୁ ପଡ଼ିଛି। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ରସ୍ ଟେଲର ଓ ଟମ୍ ଲାଥାମ ବ୍ୟାଟିଂ କରୁଛନ୍ତି। ଟେଲର୍ ୬୭ ଓ ଲାଥାମ ୩ ରନ୍ କରି ଅପରାଜିତ ଅଛନ୍ତି।

ପ୍ରଥମରୁ ହିଁ ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡ ଉପରେ ଚାପ ସୃଷ୍ଟି କରିଥିଲେ । ଭୁବନେଶ୍ବର କୁମାର ଓ ଯଶପ୍ରିତ୍ ବୁମରା ସେମାନଙ୍କ ପ୍ରଥମ ଓଭର ମେଡେନ୍ ପକାଇଥିଲେ । ତେବେ ବୁମ୍ରା ତାଙ୍କ ଦ୍ବିତୀୟ ଓଭରରେ ଭାରତକୁ ଦେଇଥିଲେ ବ୍ରେକ୍ ଥ୍ରୁ । ଗପଟିଲ୍ଙ୍କୁ ସ୍ଲିପ୍ରେ କୋହଲିଙ୍କ ହାତରେ କ୍ୟାଚ କରାଇ ପାଭିଲିଅନ୍ ପଠାଇ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 1 =