କାର୍ଯ୍ୟ ପରଖିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପୁରା ଦମରେ କାମରେ ଲାଗିଛନ୍ତି । ରାତି ଅଧ ଯାଏ ବି କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଗତକାଲି ଗୁଜରାଟ ଭଦନଗର ରେଲଓ୍ୱେ ସେକ୍ସନରେ ରେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗୋଟିଏ ରେଳ ଇଞ୍ଜିନରେ ଲୋକୋ ପାଇଲଟଙ୍କ ସହ ଯାଇ ସମୀକ୍ଷା କରିଛନ୍ତି । ଏତିକିବେଳେ ତାଙ୍କ ସହ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦ୍ଦୋଶ ସାମିଲ ଥିଲେ ।

ପୂର୍ବରୁ ରାତି ଅଧରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିଥିଲେ ଅଶ୍ୱିନୀ ବୈଷ୍ଣବ । ବିଭାଗୀୟ ଅଧିକାରୀଙକ୍ ସହ ଆଲୋଚନା କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଭିଜନକୁ କାର‌୍ୟ୍ୟକାରୀ କରିବା ଦିଗରେ ସେ କାମ କରିବେ ।ପ୍ରଶାସକରୁ ରାଜନେତା ପାଲଟିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଅଶ୍ୱିନୀ ବୈଷ୍ଣକଙ୍କୁ ଦେଇଛନ୍ତି ରେଳ ସମେତ ତିନି ତିନିଟି ବିଭାଗର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ ପଦ ।

Share

Leave a Reply

Your email address will not be published. Required fields are marked *

3 × five =