ମୋର ବିଜେପି ପ୍ରତି ଘୃଣା ବା କ୍ରୋଧ ନାହିଁ: ରାହୁଲ

ନୂଆଦିଲ୍ଲୀ()  ଇସ୍ତଫା ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦଳୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ୱିଟରରେ ଜଣାଇବା ସହ ଏହି ପଦରୁ କାହିଁକି ଇସ୍ତଫା ଦେଊଛନ୍ତି ତାହାର କାରଣ ମଧ୍ୟ ଦର୍ଶାଇଛନ୍ତି ରାହୁଲ ।ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରିବା ସହ ସଭାପତି ପଦରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ।

ସମ୍ବଳିତ ଚିଠିରେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ଏକ ସମ୍ମାନର କଥା। କଂଗ୍ରେସର ଆଦର୍ଶ ଆମ ଦେଶର ରକ୍ତରେ ପ୍ରବାହିତ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବେ ସେ ପାଇଥିବା ଭଲ ପାଇବା ଏବଂ ସମ୍ମାନ ପାଇଁ ଋଣୀ ରହିବେ।ମୁଁ ଦଳର ଅଧ୍ୟକ୍ଷ ହିସାବରେ ଏହି ପରାଜୟ ପାଇଁ ଉତ୍ତରଦାୟିତ୍ୱ ନେଉଛି। ୨୦୧୯ ମରାଜୟ ପାଇଁ ଅନେକ ନେତାଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ। କିନ୍ତୁ ସେମାନଙ୍କୁ ଦାୟୀ କରି ମୁଁ ଉତ୍ତରଦାୟିତ୍ୱ ନନେବା ଭୁଲ ହେବ। ସେ କହିଛନ୍ତି, ମୋର ବିଜେପି ପ୍ରତି ଘୃଣା ବା କ୍ରୋଧ ନାହିଁ କିନ୍ତୁ ସେମାନଙ୍କ କଳ୍ପନାର ଭାରତକୁ ମୁଁ କଦାପି ଗ୍ରହଣ କରିପାରିବି ନାହିଁ।

Share

Leave a Reply

Your email address will not be published. Required fields are marked *

five × five =