କାଶ୍ମୀର ଅଧା ବାଟରୁ ଫେରିଲେ ବିରୋଧୀ

ନୂଆଦିଲ୍ଲୀ() କାଶ୍କୀର ପରିସ୍ତିତି ଅନୁଧ୍ୟାନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାଇଥିବା ୯ଟି ବିରୋଧୀ ଦଳର ୧୨ ଜଣିଆ ଟିମକୁ ଆଜି କାଶ୍ମୀରରୁ ନିରାଶରେ ଫେରିବାକୁ ପଡିଛି । ଏହି ବିରୋଧି ଦଳର ନେତା ମାନଙ୍କୁ କାଶ୍ମୀର ଗସ୍ତକୁ ଗତକାଲିଠାରୁ ଜାମ୍ମୁକାଶ୍ମୀର ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଥିଲା । କିନ୍ତୁ ତାସତ୍ୱେ ଏହି ପ୍ରତିନିଧି ଦଳ ଆଜି ଏଠାରୁ କାଶ୍ମୀର ଗସ୍ତରେ ଯାଇଥିଲେ କିନ୍ତୁ ଜାମ୍ମୁକାଶ୍ମୀର ପ୍ରଶାସନ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ । ଯାହା ଫଳରେ ସେମାନେ ପ୍ରରବର୍ତ୍ତି ବିମାନରେ ଦିଲ୍ଲୀ ଫେରିଆସିଥିଲେ । ଏହି ପ୍ରତିନିଧି ଦଳରେ ରାହୁଲ ଗାନ୍ଧିଙ୍କ ସହିତ ଗୁଲାମ ନବୀ ଆଜାଦ, ବି ରାଜା, ସରଦ ୟାଦବ, ଦିଲ୍ଲୀପ ତି୍ରବେଦିଙ୍କ ସମେତ ମୋଟ ୯ଟି ବିରୋଧି ରାଜନୈତିକ ଦଳର ପ୍ରତିନିଧି ମାନେ ଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

14 − 2 =