ପଞ୍ଜାବରେ ନୂଆ ଦଳ ଗଠନ କରିବେ ଅମରିନ୍ଦର ସିଂ

ଅମୃତସର: ଦିନକୁ ଦିନ ରୋଚକ ମୋଡ଼ ନେଉଛି ପଞ୍ଜାବ ରାଜନୀତି । ଘଡ଼ିକେ ଏବେ ଘୋଡ଼ା ଛୁଟୁଛି । କେତେବେଳେ କାହାକୁ ଦଳରୁ ବହିଷ୍କାର କରାଯାଉଛି ତ ଆଉ କାହାକୁ ନୂଆ ଦାୟିତ୍ୱ ଦିଆଯାଉଛି ତାହା ଜାଣିବା କାଠିକର ପାଠ ହୋଇଯାଉଛି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଦଳରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ନିଜର ନୂଆ ଦଳର ଘୋଷଣା କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ୟାପଟେନଙ୍କ ନୂଆ ଦଳର ନାମ ରହିବ ‘ପଞ୍ଜାବ ବିକାଶ ପାର୍ଟି’ । ଏହି ଦଳର ଘୋଷଣା କରିବାକୁ ନିକଟରେ ସେ ତାଙ୍କ ନିକଟତମ ନେତାଙ୍କର ଏକ ବୈଠକ ଡାକିବେ । ଏହି ବୈଠକରେ ନବଜୋତ ସିଂ ସିଦ୍ଧୁଙ୍କୁ ବିରୋଧ କରୁଥିବା ନେତାମାନେ ଯୋଗ ଦେବେ । କ୍ୟାପଟେନ ପୂର୍ବରୁ କହି ସାରିଛନ୍ତି ନବଜୋତ ସିଂ ସିଦ୍ଧୁଙ୍କୁ ହରାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ । ଏମିତିକି ତାଙ୍କ ନୂଆ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ସିଦ୍ଧିଙ୍କ ବିରୋଧରେ ଜଣେ ମଜବୁତ ଦାବିଦାରଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଇତିମଧ୍ୟରେ କ୍ୟାପଟେନ ପଞ୍ଜାବର ସମସ୍ତ କୃଷକ ନେତାଙ୍କ ସହ କଥା ହୋଇଛନ୍ତି । ଏହାସହ ଛୋଟ ଛୋଟ ଦଳଙ୍କୁ ମଧ୍ୟ ନିଜ ଆଡକୁ ଆଣିବେ ବେଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + sixteen =