ଦ୍ୱିତୀୟ ଟେଷ୍ଟ ବି ଖେଳିବେନି ପୃଥ୍ୱୀ ଶ

ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବି ବାଦ ପଡିବେ ପୃଥ୍ୱୀ ଶ’ । ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଖରାପ ଖବର। ହେଲେ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ଶ’ ଗୋଟିଏ କ୍ୟାଚ୍ ଧରିବାକୁ ଯାଇ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ବାମ ଗୋଡ଼ର ଗୋଇଠିରେ ଗୁରୁତର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଥିଲା
ସେ କହିଛନ୍ତି, ଶ’ଙ୍କ ଭଳି ଜଣେ ତାରକା ଖେଳାଳି ଆହତ ହୋଇ ଟିମ୍ରୁ ବାଦ୍ ପଡ଼ିବା ନିଶ୍ଚିତ ଦୁଃଖର ବିଷୟ। ତେବେ ସେ ଶୀଘ୍ର ସୁସ୍ଥ ହେଉଥିବା ଏକ ଭଲ ସଂକେତ। ତାଙ୍କ ଗୋଇଠିରେ ଆଘାତ ଲାଗିଥିଲେ ହେଁ ସେ ଚାଲିବା ଆରମ୍ଭ କଲେଣି। ଆଶା କରୁଛୁ ଆସନ୍ତା ସପ୍ତାହ ସୁଦ୍ଧା ସେ ଦୌଡ଼ିବା ଆରମ୍ଭ କରିବେ। ତୃତୀୟ ଟେଷ୍ଟ ବେଳକୁ ସେ ପୂରା ଫିଟ୍ ହୋଇଯାଇଥିବେ ବୋଲି ଶାସ୍ତ୍ରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

ten − 5 =