ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ଫାଶୀ ଦଣ୍ଡ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫକୁ ଫାଶୀ ଦଣ୍ଡାଦେଶ । ସଜା ଶୁଣାଇଛି ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ । ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବକାର ଅହମ୍ମଦ ସେଠ୍ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟର ୩ ସଦସ୍ୟ ପୀଠ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି । ମୁସାରଫ ୨୦୦୧ରୁ ୨୦୦୮ ପର୍ୟ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ ।

ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ଦେଇଛନ୍ତି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ । ସେ ରାଷ୍ଟ୍ରପତି ଥିବାବେଳେ ଦେଶରେ ଜରୁରି ପରିସ୍ଥିତି ଜାରି କରିବା ସହ ବିଚାରପତିମାନଙ୍କୁ ଗୃହବନ୍ଦୀ କରିଥିଲେ । ଏହା ବିରୋଧରେ ୨୦୦୭ ନଭେମ୍ବର ୩ରେ ମୁଶାରଫଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen − 2 =