ପ୍ରତାପ ଜେନା ମନ୍ତ୍ରୀ ନମ୍ବର 1

ଭୁବନେଶ୍ୱର() ଓଡିଶାର ମନ୍ତ୍ରୀ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇ ପୁରସ୍କୃତ ହୋଇଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳର ଅନ୍ୟତମ ଯୁବ, ଦକ୍ଷ ଓ ପ୍ରଭାବୀ ମନ୍ତ୍ରୀ ପ୍ରତାପ ଜେନା ଦେଶର ଶ୍ରେଷ୍ଠ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ଦେଶର ଶ୍ରେଷ୍ଠ ମନ୍ତ୍ରୀ ଭାବେ ତାଙ୍କୁ ଦିଲ୍ଲୀରେ ଉପରାଷ୍ଟ୍ରପତି ପୁରସ୍କୃତ କରିବେ ।

ପଂଚାୟତିରାଜ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଆଜି ପୁଣି ଥରେ ଓଡିଶା ଜାତୀୟ ସ୍ତରରେ ଗର୍ବିତ ହୋଇଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଅମଳରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ପ୍ରତାପ ନବୀନଙ୍କ ଫେଭରେଟ । ତାଙ୍କ କାର୍ଯ୍ୟ ଦକ୍ଷତା ଓ ଦଳ ତଥା ନେତୃତ୍ୱ ପ୍ରତି ରହିଥିବା ଆନୁଗତ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଇଛନ୍ତି । ସେ ମଧ୍ୟ ସବୁ ବିଭାଗରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।

୩ ଜୁନ ୧୯୬୬ ଜନ୍ମ ହୋଇଥିଲେ ପ୍ରତାପ । ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେରେ ଡିଗ୍ରି ହାସଲ କରିଥିଲେ । ସେ ୧୯୮୫ରେ ରେଭେନ୍ସା କଲେଜରେ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚନ ହୋଇଥିଲେ । ଏହା ସହ ଆରମ୍ଭ ହୋଇଥିଲା ପ୍ରତାଙ୍କ ରାଜନୀତି ଜୀବନ । ପୁଣି ୧୯୯୦-୯୧ରେ ପ୍ରତାପଙ୍କ ଛାତ୍ର ନେତା ରୂପରେ ପ୍ରତିଷ୍ଠାତା ବଢିଥିଲା । ଯେତେବେଳେ ସେ ମଧୁସୂଦନ ‘ଲ କଲେଜ’ରେ ଛାତ୍ର ସଙ୍ଘର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।

ପ୍ରତାପଙ୍କ ବଢୁଥିବା ଲୋକପ୍ରିୟତା ଦେଖି ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ୧୯୯୨ରେ ତାଙ୍କୁ ରାଜ୍ୟ ଛାତ୍ର ଜନତା ଦଳର ଅଧକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ପ୍ରତାପ ଏହି ପଦରେ ଦୀର୍ଘ ୧୦ ବର୍ଷ କାଳ କାର୍ୟ୍ୟ କରିଥିଲେ । ଏହା ପରେ ପ୍ରତାପଙ୍କ ଦକ୍ଷତା ଦେଖି ୨୦୦୦ରେ ବିଜୁଜନତା ଦଳ ତାଙ୍କୁ ଓଡିଶାର କିଶୋରନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ । ଆଉ ପ୍ରତାପ ବିଜୟୀ ମଧ୍ୟ ହୋଇଥିଲେ । ଏହା ପରେ ପ୍ରତାପ କେବେବି ଆଉ ପଛକୁ ଦେଖିନାହାନ୍ତି ।

Share

Leave a Reply

Your email address will not be published. Required fields are marked *

18 + nine =