ଅମରିନ୍ଦର ସିଂଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପଞ୍ଜାବରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମଧ୍ୟ ପାଇଥିଲେ। ତେବେ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଭିତରେ ଆଜି ପ୍ରଶାନ୍ତ କିଶୋର ଅମରିନ୍ଦର ସିଂହଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ଖୁବ ଶୀଘ୍ର ସେ କଂଗ୍ରେସରେ ଯୋଗ ଦେବା ନେଇ ସୂଚନା ରହିଛି।

Share

Leave a Reply

Your email address will not be published. Required fields are marked *

sixteen − 9 =