ବିଡବ୍ଲ୍ୟୁଏଫ୍ ସର୍ବଶ୍ରେÂ ଖେଳାଳି ଦୌଡ଼ରେ ପ୍ରମୋଦ

ଭୁବନେଶ୍ୱର() ପାରା ଶଟଲର୍ ପ୍ରମୋଦ ଭଗତ ରାଜ୍ୟ ପାଇଁ ଅ ।ଉ ଏକ ଖୁସି ଖବର ଅ ।ଣିଛନ୍ତି । ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲ୍ୟୁଏଫ୍)ର ଶ୍ରେÂ ପୁରୁଷ ପାରା ଖେଳାଳି ପାଇଁ ଓଡିଆ ତାରକା ପ୍ରମୋଦ ମନୋନୀତ ହୋଇଛନ୍ତି । ପ୍ରମୋଦଙ୍କ ବ୍ୟତୀତ ଏହି ଦୌଢ଼ରେ ଅ ।ଉ ·ରି ଖେଳାଳି ମଧ୍ୟ ଅଛନ୍ତି ।

ପ୍ରମୋଦ ୨୦୧୮-୧୯ରେ ଅନ୍ତର୍ଜାତୀୟ ସ୍ତରରେ ୧୦ ସ୍ୱ୍ର୍ଣ୍ଣ, ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରମୋଦଙ୍କ ବ୍ୟତୀତ ଏହି ଦୌଡ଼ରେ ଫ୍ରାନ୍ସର ଲୁକାସ ମାଜୁର (୯ ସ୍ର୍ଣ୍ଣ, ୬ ରୌପ୍ୟ, ୩ ବ୍ରୋଞ୍ଜ), ·ଇନାର କ୍ୟୁ ଜିମୋ (୧୨ ସ୍ୱର୍ଣ୍ଣ) ଏବଂ ଇଣ୍ଡୋନେସିଅ ।ର ଧେବା ଅ ।ନ୍ରିମୁସ୍ତି (୯ ସ୍ୱର୍ଣ୍ଣ, ୧ ରୌପ୍ୟ) ରହିଛନ୍ତି । କିନ୍ତୁ ପ୍ରମୋଦ ଏକମାତ୍ର ଭାରତୀୟ ପାରା ଶଟଲର୍ ଭାବେ ଶ୍ରେÂ ଖେଳାଳି ଦୌଡ଼ରେ ସାମିଲ୍ ହୋଇଛନ୍ତି । ଅ ।ସନ୍ତା ୯ ତାରିଖରେ ·ଇନାର ଗୁଅ ।ଙ୍ଗଝୁରେ ବିଜେତା ନାଁ ଘୋଷଣା କରାଯିବ ।

ସେହିପରି ଭାରତୀୟ ପୁରୁଷ ଡବଲ୍ସ ଯୋଢ଼ି ସାତ୍ତ୍ିକସାଇରାଜ ରାଙ୍କରେ‡ି ଓ ଚିରାଗ ସେଟ୍ଟୀ ମୋଷ୍ଟ ଇମ୍ପ୍ରୁଭଡ୍ ପ୍ଲେୟର୍ ଅଫ୍ ଇୟର ପାଇଁ ମନୋନୀତ ହୋଇଛନ୍ତି । ଏହି ଭାରତୀୟ ଯୋଡ଼ି ଚଳିତ ବର୍ଷ ଥାଇଲ୍ୟାଣ୍ଡ୍ ଓପନରେ ସେମାନଙ୍କର ପ୍ରଥମ ସୁପର୍-୫୦୦ ଟାଇଟଲ୍ ଜିତିଥିଲେ । ଏହା ସହ ସେମାନେ ଫ୍ରେଞ୍ଚ୍ ଓପନ୍ ସୁପର୍-୭୫୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ତେବେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ବିଶ୍ ·ମ୍ପିୟନ୍ ପିଭି ସିନ୍ଧୁ ମହିଳା ଶ୍ରେÂ ଖେଳାଳି ତାଲିକାରେ ସ୍ଥାନ ପାଇନାହାନ୍ତି । ସେ ବିଶ୍ୱ ·ମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ସଫଳ ହୋଇନାହାନ୍ତି ।

Share

Leave a Reply

Your email address will not be published. Required fields are marked *

3 × 1 =