ସିରିଡି ଦର୍ଶନ ସାରି ଫେରିଲେ ବିଜେଡି

ରହିଗଲେ ପ୍ରଫୁଲ୍ଲ, ଅଂଶୁମାନ

ଭୁବନେଶ୍ବର ()  ବିଜେଡିରେ ଯୋଗ ଦେବା ନେଇ ଦଳୀୟ ସୁପ୍ରିମୋଙ୍କ ଠାରୁ ମିଳିଲା ସବୁଜ ସଙ୍କେତ । ଦୀର୍ଘ ଦିନ ଧରି ସେ ବିଜେଡି ସହ ଯୋଗାଯୋଗରେ ଥିଲେ । ଗତକାଲି ତାଙ୍କର ବିଜେଡି ଯିବା ଚୁଡାନ୍ତ ହୋଇଯିବା ପରେ ଆଜି ସେ ପରିବାର ସହ ସିରିଡି ଦର୍ଶନରେ ଯାଇଛନ୍ତି । ସିରିଡିରୁ ଫେରିବା ପରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ।

ତଲସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ଓ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ମଧ୍ୟ ବିଜେଡି ଯିବାକୁ ଲାଇନରେ ଥିଲେ । କିନ୍ତୁ ଏହି ଦୁଇ ବିଧାୟକ ଆଉ ବିଜେଡି ପାଇଁ ଲାଳାୟିତ ନୁହଁନ୍ତି । ପ୍ରକାଶ ବେହେରାଙ୍କ ସହ ସେମାନେ ମଧ୍ୟ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମାନେ ଏବେ ଆଉ ବିଜେଡିରେ ମିଶିବେ ନାହିଁ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

16 − 7 =