ଧୈର୍ୟ୍ୟହରା ହୋଇ ଏଭଳି ମନ୍ତବ୍ୟ ଦେଇଥିଲି : ପ୍ରଦୀପ ମାଝୀ

ଭୁବନେଶ୍ୱର () ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି । ଧୈର୍ୟ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ପିସିସି ସଭାପତିଙ୍କ ଜରିଆରେ ଏଆଇସିସିଙ୍କୁ ଏଭିଳି ଏକ୍ସପ୍ଲାନେସନ ପ୍ରଦୀପ ମାଝୀ ଦେଇଛନ୍ତି ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଶୁକ୍ରବାର ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ହିଂସାକୁ ଉସୁକାଇବାକୁ ନେଇ ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ନବରଙ୍ଗପୁର ପୁଲିସ୍ ଏତଲା ଦେଇଥିଲା। ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା। ପ୍ରଦୀପଙ୍କ ବିରୋଧରେ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ (ଖ) ଏବଂ ୩ ଚଊଚଚ ଦଫାରେ ମାମଲା ରୁଜୁ ହୋଇଥିଲା।

ଗତ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ “ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ, ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ” ବୋଲି ନିଜ କର୍ମୀଙ୍କୁ ମୋବାଇଲରେ ଖୋଲାଖୋଲି ଭାବେ ଉସକାଉଥିଲେ ପ୍ରଦୀପ। ଯାହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା।

Share

Leave a Reply

Your email address will not be published. Required fields are marked *

5 × 5 =