କଂଗ୍ରେସ ଓ ବିଜେଡିର ଭିତିରିଆ କଥା । ଭାରତ ବନ୍ଦ କରିବା ବାହାନା :ବିଜେପି

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ବନ୍ଦ ଡାକରା କରାଯାଇଛି ।ବିଜେଡି ଓ କଂଗ୍ରେସ ମିଶିକି ବନ୍ଦ ପାଳନ କରୁଛନ୍ତି ବୋଲି ବିଜେପି କହିଛି ।ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଯିବାର ଅଳ୍ପ ସମୟ ଭିତରେ ଗୃହ ବନ୍ଦ କରିବା ଏହାର କାରଣ ବୋଲି କହିଛିନ୍ତି ବିଜେପି ମୁଖପାତ୍ର ସମୀର ମହାନ୍ତି । ତାସହ କହିଛିନ୍ତି ରାଜସ୍ଥାନ ୪ ପ୍ରତିଶତ ଭାଟ କମାଇଲା ଓଡିଶା କାହିଁ କମାଉନି ?ବୋଲି ସେ ପ୍ରଶ୍ନ କରିଛନ୍ତି ।ଆଦାୟ ହେଉଥିବା ଟିକସ ଲୁଟ କରୁଛ ବୋଲି ବିଜେପି ଅଭିଯୋଗ କରିଛି ।ସେପଟେ ବିଧାନସଭାରେ ତେଲ ତାତି ଦେଖିବାକୁ ମିଳିଛି । ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା କରିଥିଲେ ସେପଟେ ପିଜେପି ସଦସ୍ୟ ଚାରା ଦୁର୍ନୀତି ନେଇ ଶାସକ ଦଳକୁ ଘେରିଥିଲେ ।ଯାହାଫଳରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

Share

Leave a Reply

Your email address will not be published. Required fields are marked *

nine + 3 =