ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଜଣାଇଲେ ଦୀପାବଳି ଶୁଭକାମନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳିରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସୂଚନା ରହିଛି କି, ପିଏମ୍‌ ମୋଦି ଗୁରୁବାର ଜମ୍ମୁ କାଶ୍ମୀର ଗସ୍ତ କରିବେ। ସେଠାରେ ସେ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିବେ। ୨୦୧୪ରେ ଯେବେଠାରୁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ସେ ଯବାନମାନଙ୍କ ସହିତ ହିଁ ଦୀପାବଳି ପର୍ବ ପାଳନ କରି ଆସୁଛନ୍ତି। ଏଥର ତାଙ୍କର ଦୀପାବଳି ରାଜୌରୀର ନୌଶେରା ସେକ୍ଟରରେ କଟିବ। ଏଥି ପୂର୍ବରୁ ମୋଦି ଟ୍ଵିଟ୍‌ କରି କହିଥିଲେ, ‘ଦୀପାବଳି ପାର୍ବଣ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। ମୋର କାମନା କି, ଏହି ପ୍ରକାଶ ପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ, ସମ୍ପନ୍ନତା ଏବଂ ସୌଭାଗ୍ୟ ଆଣିଦେଉ’।

 
କୁହାଯାଉଛି, ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କାଶ୍ମୀରର ପୁଁଛ ଅଞ୍ଚଳ ଗସ୍ତ କରି ପାରନ୍ତି। କାହିଁକିନା, ଏଠାରେ ସେନାର ଅନେକ ଯବାନ ସହିଦ ହୋଇଛନ୍ତି। ଏହାଛଡ଼ା ଆଉ ଏକ ସମ୍ଭାବନା ରହିଛି, ମୋଦି ଲଦାଖ ସେକ୍ଟର ବି ଗସ୍ତ କରି ପାରନ୍ତି। କାରଣ, ଏଠାରେ ଭାରତୀୟ ସେନା ଚୀନ ସଂଲଗ୍ନ ବର୍ଡରରେ ବିଗତ ୧୮ ମାସ ହେବ ମୁତୟନ ରହିଛନ୍ତି। ଯଦିଓ ଏବେ ଏହା ତୟ ହୋଇଯାଇଛି କି, ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରର ରାଜୌରୀସ୍ଥିତ ନୌଶେରା ସେକ୍ଟରରେ ସେନାର ଯବାନମାନଙ୍କ ସାଙ୍ଗରେ ଦୀପାବଳି ପର୍ବ ପାଳନ କରିବେ।
Share

Leave a Reply

Your email address will not be published. Required fields are marked *

10 + one =