ମନକୁ ସ୍ଥିର ରଖିବା ନିହାତି ଜରୁରୀ: ମୋଦି

ନୂଆଦିଲ୍ଲୀ() ଆଗକୁ ପରୀକ୍ଷା ଋତୁ ଆସୁଥିବା ବେଳେ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତାଲକୋଟରା ଷ୍ଟାଡିଅମରେ ଆୟୋଜିତ- ପରୀକ୍ଷା ପେ ଚର୍ଚା କାର୍ୟ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ପାଇଁ ଉପାଦେୟ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ପରୀକ୍ଷା ସମୟରେ ଭାରାକ୍ରାନ୍ତ ରହିବା ଅନୁଚିତ୍ । ମନକୁ ସ୍ଥିର ରଖିବା ନିହାତି ଜରୁରୀ । ଏଭଳି ସମୟରେ ସେଲ୍ଫ ମୋଟିଭେସନ୍ ଜରୁରୀ ।

ଏହାସହ ପିଲାଙ୍କ ସହ ଚନ୍ଦ୍ରଯାନ ସମୟର ଅନୁଭୂତି ବାଣ୍ଟିଲେ ନରେନ୍ଦ୍ର ମୋଦି । ଚନ୍ଦ୍ରଯାନ ୨ ସମୟରେ ମୁଁ ରାତି ସାରା ଉଜାଗର ଥିଲି । ଚନ୍ଦ୍ରଯାନ ବିଫଳ ହେବାପରେ ପୁରା ଭାରତ, ସାରା ବିଶ୍ୱ ଆଗରେ ଟାର୍ଗେଟ ହୋଇଯାଇଥିଲା । ଉପସ୍ଥିତ ମ୍ରିୟମାଣ ବୈଜ୍ଞାନିକଙ୍କୁ ପ୍ରବୋଧନା ଦେଇଥିଲି । ତେବେ ଏହି ଘଟଣାରୁ ଶିଖିବା ଉଚିତ । ବିଫଳତାରୁ ହିଁ ଆମେ ସଫଳତା ପାଇପାରିବା । ବିଫଳ ହେଲେ ବି ଆଗକୁ ବଢ଼ନ୍ତୁ ।

Share

Leave a Reply

Your email address will not be published. Required fields are marked *

12 + eight =