ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟନ

କେରଳ: ଆଜି ଦ୍ୱିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିପିଆଇଏମ୍ ନେତା ପିନାରାଇ ବିଜୟନ । ଥିରୁଅନ୍ତପୁରମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ୨୦ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପିନାରାଇ ବିଜୟନଙ୍କ ମନ୍ତ୍ରୀ ମଣ୍ଡଳରେ ସିପିଆଇ ଓ ସିପିଏମ ବ୍ୟତୀତ ଏନସିପିରୁ ଏ.କେ ଶଶିନ୍ଦ୍ରନ, ଇଣ୍ଡିଆନ ନ୍ୟାସନାଲ ଲିଗ୍ ରୁ ଅହମ୍ମଦ ଦେବରକୋଭିଲ, ଆର ବିନ୍ଦୁ ଓ ପିଏ ମହମ୍ମଦ ରିୟାଜ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + 8 =