100 ଟଙ୍କା ଛୁଇଁବ ପେଟ୍ରୋଲ : ଚନ୍ଦ୍ରବାବୁ

ଭୁବନେଶ୍ବର () ଖୁବଶୀଘ୍ର 100 ଟଙ୍କା ଛୁଇଁବ ପେଟ୍ରୋଲ ଦର । ଏଥିସହିତ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବି 100 ଟଙ୍କା ଛୁଇଁବ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବା ନାଇଡୁ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଆର୍ଥିକ ପରିଚାଳନାକୁ ଦାୟୀ କରିଛନ୍ତି ।

ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ବିମୁଦ୍ରୀକରଣକୁ ସଠିକ ଭାବେ ପରିଚାଳନା କରିପାରିନାହାଁନ୍ତି । ବିମୁଦ୍ରୀକରଣରୁ ଦେଶକୁ କି ଲାଭ ମିଳିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶର ସବୁ ବ୍ୟାଙ୍କର ସ୍ଥିତି କଣ ଏକଥା ସମସ୍ତଙ୍କୁ ଜଣାପଡିଛି । ଯଦି ବଡ ନୋଟକୁ ହଟେଇବାକୁ ବିମୁଦ୍ରୀକରଣ କରାଯାଇଛି, ତେବେ 2000 ଟଙ୍କିଆ ନୋଟ କାହିଁକି ପ୍ରଚଳନ କରାଯାଇଛି । ଡିଜିଟାଲ ନେଣ ଦେଣରେ କୌଣସି ଅସୁବିଧା ନାହିଁ, କିନ୍ତୁ ଡିଜିଟାଲ ଓ ନୋଟ ପ୍ରଚଳରେ ସମତୁଲ ରକ୍ଷା କରାଯିବା ଆବଶ୍ୟକ ।

ଦେଶର ବହୁ ସ୍ଥାନରେ ଏବେ ବି ନୋଟର ଅଭାବ ରହିଥିବା ଦର୍ଶାଇ ସେ କହିଛନ୍ତି ଯେ, ଦେଶର ଜିଏସଡିପିରେ ଅଭିବୃଦ୍ଧି କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ଯୋଗୁଁ ନୁହେଁ, ବରଂ ଦେଶବାସୀଙ୍କ ପୁଂଜିର ସଫଳ ବିନିଯୋଗ ଯୋଗୁଁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସତ କହିବାକୁ ସାହସ ନାହିଁ । ଏବଂ ସେ ଆଦୌ ଶୃଙ୍ଖଳିତ ନୁହଁନ୍ତି । କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ ଜାତୀୟ ଅଭିବୃଦ୍ଧି ହାର କମିଥିବା ଚନ୍ଦ୍ରବାବୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 − 1 =