ଆଜି ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ ତୈଳଦର ବେଲଗାମ ହୋଇପଡିଛି। ଆଜି କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ବି ପେଟ୍ରୋଲ ଏବଂ ଡିଜେଲ ୩୫-୩୫ ପଇସା ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୦୮.୯୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୯୭.୭୨ ଟଙ୍କାକୁ ବୃଦ୍ଧି ପାଇଛି।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏଠାରେ ପେଟ୍ରୋଲ ୩୪ ପଇସା ଏବଂ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି | ଯାହା ପରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୯.୪୬ ଟଙ୍କା ଏବଂ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୧୦୦.୮୪ ଟଙ୍କାକୁ ବୃଦ୍ଧି ପାଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୪.୮୧ ଟଙ୍କା | ଏଥି ସହିତ ଗୋଟିଏ ଲିଟର ଡିଜେଲ ୧୦୫.୮୬ ଟଙ୍କାରେ ବିକ୍ରି ହେଉଛି | ଦକ୍ଷିଣ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୫.୭୪ ଟଙ୍କା ରହିଥିବା ବେଳେ ଏକ ଲିଟର ଡିଜେଲ ୧୦୧.୯୨ ଟଙ୍କାରେ ଉପଲବ୍ଧ ହେଉଛି ।

Share

Leave a Reply

Your email address will not be published. Required fields are marked *

1 × 1 =