ଶ୍ରୀଲଙ୍କାରେ ସରିବାକୁ ବସିଲାଣି ପେଟ୍ରୋଲ ଷ୍ଟକ

ଦେଶରେ ଆଉ ମାତ୍ର ଦିନକ ପାଇଁ ରହିଛି ପେଟ୍ରୋଲ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଲ ବିକ୍ରମାସିଙ୍ଘେ ଏହା କହିଛନ୍ତି । ଦେଶରେ ଆଉ ମାତ୍ର ଦିନକ ପାଇଁ ପେଟ୍ରୋଲ ଗଚ୍ଛିତ ରହିଛି । ଦେଶକୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରୁ ତେଲ ଆମଦାନୀ ପାଇଁ ଡଲାର ଯୋଗାଡ କରିବାକୁ ମଧ୍ୟ ଦେଶ ଅସମର୍ଥ ଅଟେ ବୋଲି କହିଛନ୍ତି ନୂଆ ପ୍ରଧାନମନ୍ତ୍ରୀ । ଆଗାମୀ କିଛିମାସ ପାଇଁ ଆମ ପାଇଁ ଆହୁରି କଠିନ ହେବ । ସତକୁ ଲୁଚାଇ ଜନତାଙ୍କୁ ମିଛ କହିବା ପାଇଁ ତାଙ୍କର କୌଣସି ଇଛା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏପରିକି ୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସରେ ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି । ଶେଷ ଉପାୟ ଭାବେ ଟଙ୍କା ଛପାଇବା ପାଇଁ ସରକାର ବିଚାର କରୁଛନ୍ତି । ଶ୍ରୀଲଙ୍କା ଏବେ ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ , ବିଜୁଳି ସଙ୍କଟ ସହ ଇନ୍ଧନ ଏବଂ ଔଷଧର ଘୋର ଅଭାବ ଦେଖାଦେଇଛି । ଆର୍ଥିକ ସମସ୍ୟାରେ ପିଡୀତ ଲୋକେ ରୋଡକୁ ଓହ୍ଲାଇବା ପରେ ଗତ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫ ଦେଇଥିଲେ ମହିନ୍ଦା ରାଜପାକସେ।

Share

Leave a Reply

Your email address will not be published. Required fields are marked *

one × five =