ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ() କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ୪ର୍ଥ ଦିନ ପାଇଁ ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି । ଏହିକ୍ରମରେ ଦିଲ୍ଲୀରେ ଚାରି ଦିନରେ ପେଟ୍ରା ଦର ଲିଟର ପିଛା ୨ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୨୩ ପଇସା ବୃଦ୍ଧି ପାଇଛି । ଏହ ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭୨.୪୭ ଟଙ୍କାରୁ ୭୩.୪୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ପିଛା ୭୦.୫୯ରୁ ୭୧.୬୨କୁ ବୃଦ୍ଧି ପାଇଛି । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୭୬.୨୦ରେ ପହଞ୍ଚିଥିବା ବେଳେ ଡିଜେଲ ଦର ୭୦ ଏବଂ ବେଙ୍ଗାରୁରରେ ପେଟ୍ରୋଲ ଦର ୭୫.୭୭ ଏବଂ ଡିଜେଲ ଦର ୬୮.୦୯ ପଇସାରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

2 × three =