୧୮ ଦିନରେ ତୈଲ ଦାମ୍‌ ପୁଣି ବୃଦ୍ଧି

ନୂଆଦିଲ୍ଲୀ() ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ ଅଳ୍ପ ପରିମାଣରେ ବୃଦ୍ଧି ପାଉଥିବା ବେଳେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ୍‌ ଦାମ ଲଗାତର ଭାବେ ବଢିବାରେ ଲାଗିଛି ।  ଦିଲ୍ଲୀରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ ଠାରୁ ଅଧିକ ହୋଇଯାଇଛି ।ଲଗାତର ୧୮ ଦିନରେ ତୈଲ ଦାମ୍‌ରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୮ଦିନ ମଧ୍ୟରେ ଡିଜେଲ୍‌ର ଦାମ୍‌ରେ ୧୦.୪୮ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ୍‌ ୮.୫୦ ଟଙ୍କା ମହଙ୍ଗା ହୋଇଛି ।

ବୁଧବାର ଦିନ ସରକାରୀ ତେଲ କମ୍ପାନୀମାନେ ଇନ୍ଧନର ଦାମ ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ ପେଟ୍ରୋଲ୍‌ର ଦାମ୍‌ ଗତକାଲି ଥିବା ଦାମ୍‌ ୭୯.୭୬ ଟଙ୍କାରେ ରହିଥିଲା । କିନ୍ତୁ ଡିଜେଲ୍‌ର ଦାମ୍‌ ୭୯.୪୦ରୁ ବଢି ୭୯.୮୮ଟଙ୍କା ପ୍ରତି ଲିଟରେ ହୋଇଯାଇଛି । ପେଟ୍ରୋଲର ଗତକାଲିର ଦାମ୍‌ ଠାରୁ ଡିଜେଲ୍‌ ୪୮ ପାଇସା ଅଧିକ ରହିଛି । କେବଳ ଦିଲ୍ଲୀରେ ନୁହେଁ ବରଂ ସାରା ଦେଶରେ ଏପରି ପ୍ରଥମ ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ୍‌ ଠାରୁ ଅଧିକ ରହିଛି । ୧୮ଦିନରେ ୧୦.୪୮ଟଙ୍କା ମହଙ୍ଗା ହୋଇଛି ଡିଜେଲ୍‌ ।

Share

Leave a Reply

Your email address will not be published. Required fields are marked *

seven + ten =