ବିକାଶ ପାଇଁ ବିଜେଡିକୁ ବିଜେପୁରବାସୀଙ୍କ ସମର୍ଥନ

ବିଜେପୁର () ବିଜେପୁର ଉପନିର୍ବାଚନ ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଜୋର ଧରିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଘନ ଘନ ପ୍ରଚାର ଚଳାଇଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ମଙ୍ଗ ଧରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଗତକାଲି ବରପାଲି ଓ ବିଜେପୁର ବ୍ଲକରେ ପ୍ରଚାର କରିଥିଲା ବେଳେ ଆଜି ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି।

ଆଜି ବିଭିନ୍ନ ସ୍ଥାନରେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ବିଜେଡିର ପ୍ରଚାରରେ ଯୋଗ ଦେଇଥିବା ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣମାନଙ୍କ ଏହି ଯୋଗଦାନ ଆମକୁ ଉତ୍ସାହିତ କରିଛି । ଆପଣଙ୍କ ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ବିଜେପୁରର ବିକାଶ ପାଇଁ କାର୍ଯ୍ୟ କରିବାକୁ ଆମକୁ ଶକ୍ତି ଯୋଗାଉଛି । ଶୋଭାଯାତ୍ରାରେ ଆପଣମାନଙ୍କ ବିପୁଳ ସମାଗମ ଦେଖି ମୁଁ ଉତ୍ସାହିତ । ବିଜୁ ଜନତା ଦଳକୁ ଏହିଭଳି ସମର୍ଥନ କରି ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ, ଆସନ୍ତୁ ବିଜେପୁରରେ ବିକାଶ ଧାରାକୁ ଆହୁରି ତ୍ବରାନ୍ବିତ କରିବା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଆପଣମାନଙ୍କ ଦଳ । ଆପଣମାନଙ୍କ ସମର୍ଥନ ଓ ଆଶୀର୍ବାଦ ଆମକୁ ଆହୁରି ନିଷ୍ଠାର ସହିତ ବିଜେପୁରର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଉଛି । ତେଣୁ ବିଜେଡି ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେପୁରର ବିକାଶକୁ ଏକ ନୂଆ ଧାରା ଦେବାକୁ ସେ ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି ।

ଗତ ଦୁଇ ଦିନ ଧରି ନବୀନଙ୍କ ମାରାଥନ ପ୍ରଚାରରୁ ତାଙ୍କ ପ୍ରତି ବିଜେପୁରବାସୀ ବିଶେଷ କରି ମହିଳାଙ୍କ ଭଲପାଇବା ସ୍ପଷ୍ଟ ପ୍ରମାଣିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯେଉଁ ରାସ୍ତାରେ ଯାଉଥିଲେ ତାଙ୍କୁ ଟିକେ ଦେଖିବା ପାଇଁ ଗାଁ ଗହଳିରୁ ହଜାର ହଜାର ମହିଳା ରାସ୍ତାକୁ ଉଠିଆସିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦେଖି ହାତ ହଲାଇବା ସମୟରେ ସେମାନେ ବି ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଥିଲେ । ବିଜେଡି ଓ ନବୀନଙ୍କ ପ୍ରତି ଥିବା ତାଙ୍କ ଆତ୍ମୀୟତାର ଏହା ଏକ ଅନନ୍ୟ ପ୍ରମାଣ ।

Share

Leave a Reply

Your email address will not be published. Required fields are marked *

12 + 15 =