ନିରଞ୍ଜନ ପଟ୍ଟନାୟକଙ୍କୁ ଜୋରିମାନା

ଭୁବନେଶ୍ୱର() ମହଙ୍ଗା ପଡ଼ିଲା ବିକ୍ଷୋଭ ପ୍ରଦର୍ଶନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ଶହ ଟଙ୍କା ଜୋରିମାନା କରାଯାଇଛି । ଆଜି ମାଷ୍ଟରକ୍ୟାଣ୍ଟିନ ଛକ ଠାରେ କରାଯାଉଥିବା ବିକ୍ଷୋଭ ସମୟରେ ସାମାଜିକ ଦୂରତା କଟକଣାକୁ ଉଲ୍ଲଂଘନ ପାଇଁ ତାଙ୍କୁ ଜୋରିମାନା କରାଯାଇଛି । କରୋନା ପରିଚାଳନାରେ ବିଭ୍ରାଟ ଅଭିଯୋଗରେ ଆଜି ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା । କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ଏଥିରେ ସାମିଲ ହୋଇ ବିକ୍ଷୋଭ କରୁଥିଲେ । ତେବେ ଏହି ସମୟରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ପୁଲିସ ପିସିସି ସଭାପତିଙ୍କୁ ୫୦୦ ଟଙ୍କ ଜୋରିମାନା କରିଛି । ଏହାଛଡ଼ା ଏହି ବିକ୍ଷୋଭରେ ସାମିଲ ଅନ୍ୟ ଦଳର କିଛି ନେତାଙ୍କୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସପ୍ତଗିରି ଉଲାକା, ଅଳି ପଟ୍ଟନାୟକ ଓ ନିଶିକାନ୍ତ ମହାପାତ୍ରଙ୍କ ଭଳି ମୋଟ ୭ ଜଣ ରାଜନେତାଙ୍କୁ ପୁଲିସ ଜୋରିମାନା କରିଛି ।

Share

Leave a Reply

Your email address will not be published. Required fields are marked *

four × four =