ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ବର()  ପାଟକୁରା ନିର୍ବାଚନକୁ ଆଉ ରହିଲା ୯ ଦିନ । ୨୦ ତାରିଖରେ ହେବ ପାଟକୁରା ନିର୍ବାଚନ । ଏହା ଭିତରେ ଆଜି ପ୍ରକାଶ ପାଇଛି ବିଜେଡି- ବିଜେପି ଷ୍ଟାର ପ୍ରଚାରକ ତାଲିକା ବିଜେଡ଼ି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରଥିବା ବେଳେ ବିଜେପି ମଧ୍ୟ ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି କରିଛି ।

ସେପଟେ ବିଜେଡ଼ି ଷ୍ଟ୍ରାର ପ୍ରଚାର ତାଲିକାରେ ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି ।୧୭ ତାରିଖରେ ପାଟକୁରା ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଖୋଦ୍ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେହିପରି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅରବନ୍ଦି ଢାଲି ଓ ଶାରଦା ନାୟକ ଅଛନ୍ତି ।

ଅନ୍ୟପଟେ ବିଜେପିର ୪୦ ଜଣିଆ ତାଲିକାରେ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନ ପ୍ରମୁଖ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − nineteen =